
ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ଲଗାତାର ବଢ଼ିଚାଲିଛି। ଶୁକ୍ରବାର ଦେଶରେ ୪୪,୬୪୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍ ସଂକ୍ରମଣ ମାମଲା ୩,୧୮,୫୬,୭୫୭ରେ ପହଞ୍ଚିଛି। ଗତକାଲିର ସଂକ୍ରମଣ ତୁଳନାରେ ଆଜି ସଂକ୍ରମଣ ୪ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ୪୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୨୬,୭୫୪ ପହଞ୍ଚିଛି। ଆଜି ସକ୍ରିୟ ମାମଲା ସାମାନ୍ୟ ବୃଦ୍ଧି ହୋଇଛି ଏବଂ ଏହା ୪,୧୪,୧୫୯ରେ ପହଞ୍ଚିଛି । ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୩୦ ପ୍ରତିଶତ।
ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୨.୪୧ ପ୍ରତିଶତ ଏବଂ ଦୈନିକ ପଜିଟିଭ୍ ହାର ୨.୭୨ ପ୍ରତିଶତ। କେରଳ ଏବେ ପ୍ରମୁଖ କୋଭିଡ୍ ହଟସ୍ପଟ୍ରେ ପରିଣତ ହୋଇଛି। କେରଳରେ ୨୨,୦୪୦ ମାମଲା ଚିହ୍ନଟ ହୋଇଛି ଏବଂ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି କେରଳରେ ଦୈନିକ ସଂକ୍ରମଣ ୨୦ ହଜାରରୁ ଅଧିକ ରହୁଛି। ଆନ୍ଧ୍ରପ୍ରଦେଶରେ ୨,୧୪୫, ତାମିଲନାଡ଼ୁରେ ୧,୯୯୭, କର୍ଣ୍ଣାଟକରେ ୧୭୮୫ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୯,୦୨୬ ମାମଲା ଚିହ୍ନଟ ହୋଇଛି ଏବଂ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁ ହାର ୧.୩୪ ପ୍ରତିଶତ। ଦେଶରେ ଏଯାବତ୍ ୪୭,୬୫,୩୩,୬୫୦ ନମୁନା ପରୀକ୍ଷା ହୋଇଥିବାବେଳେ ଗୁରୁବାର କେବଳ ୧୬,୪୦,୨୮୭ ନମୁନା ପରୀକ୍ଷା ହୋଇଛି। ମୋଟ୍ ୫୭,୯୭,୮୦୮ ଡୋଜ୍ ଟିକା ଦିଆସରିଛି।
The post ଦେଶରେ ସଂକ୍ରମଣ ଲଗାତାର ବଢ଼ୁଛି, ୪୪,୫୦୦ ନୂଆ ମାମଲା first appeared on Sambad.from କରୋନା | Sambad https://ift.tt/37nkSKI
0 Comments