
ନୂଆଦିଲ୍ଲୀ : ଅଗଷ୍ଟ ୪ ସୁଦ୍ଧା ଦେଶରେ ୮୩ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୧ ଏବଂ ତାମିଲନାଡ଼ୁରେ ୧୦ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏହା କହିଛନ୍ତି। ତେବେ ନମୁନା ଗୁଡ଼ିକର ଜିନୋମ୍ ସିକ୍ବେନ୍ସିଂ ପାଇଁ ଘରୋଇ ଲ୍ୟାବ୍ଗୁଡ଼ିକୁ ଅନୁମତି ମିଳିଛି କି ନା’ ତା’ର ଉତ୍ତର ରଖି ମନ୍ତ୍ରୀ ପାୱାର କହିଛନ୍ତି, ଏଦିଗରେ କୌଣସି ନିଷ୍ପତ୍ତି ନିଆଯାଇନି। ତେବେ କିଛି ଲ୍ୟାବ୍ ଏଦିଗରେ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଡେଲ୍ଟା ଏବେ ବିଶ୍ବବ୍ୟାପୀ ୧୩୫ ରାଷ୍ଟ୍ରରେ ପହଞ୍ଚିଥିବା ବେଳେ କିଛି ରାଷ୍ଟ୍ରରେ ଏହା ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଡେଲ୍ଟା ପ୍ଲସ୍ ଡେଲ୍ଟାଠାରୁ ଅଧିକ ସଂକ୍ରାମକ। ଏହା କେବଳ ଭାରତରେ ଚିହ୍ନଟ ହୋଇଛି।
The post ଦେଶରେ ୮୩ଟି ଡେଲ୍ଟା ପ୍ଲସ୍ ମାମଲା first appeared on Sambad.from କରୋନା | Sambad https://ift.tt/3irNJ6P
0 Comments