କୋଲ୍‌କାତା: କ୍ରିକେଟ୍‌ ତାରକା ସୌରଭ ଗାଙ୍ଗୁଲୀଙ୍କ ଝିଅ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସମ୍ପ୍ରତି ସେ ‘ହୋମ୍‌ ଆଇସୋଲେସନ୍‌’ରେ ଅଛନ୍ତି।

ସୌରଭଙ୍କ ପତ୍ନୀ ଡୋନାଙ୍କ ନମୁନା ପରୀକ୍ଷା କିନ୍ତୁ, ନେଗେଟିଭ୍‌ ଆସିଛି। ଏହାଛଡ଼ା, ସନାଙ୍କ ଦାଦି ଦେବାଶିଷ ଗାଙ୍ଗୁଲୀ, ଦାଦିପୁଅ ଭାଇ ଶୁଭ୍ରଦୀପ ଗାଙ୍ଗୁଲି ଏବଂ ଭାଉଜ ଜସ୍ମିନ୍‌ ଗାଙ୍ଗୁଲୀ ମଧ୍ୟ ପଜିଟିଭ୍‌ ହୋଇଥିବା ରିପୋର୍ଟ ମିଳିଛି।

Image Courtesy of India Today

ସୂଚନାଯୋଗ୍ୟ, କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ୪୯ ବର୍ଷିୟ ସୌରଭ ଗାଙ୍ଗୁଲୀ ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ନେଗେଟିଭ୍‌ ହୋଇଥିବା ବେଳେ ‘ଡେଲ୍‌ଟା ଭେରିଏଣ୍ଟ୍‌’ ପଜିଟିଭ୍‌ ବୋଲି ଜଣାପଡ଼ିଥିଲା।

Image Courtesy of Zee News

ତାଙ୍କୁ ‘ମନୋକ୍ଲୋନାଲ୍‌ ଆଣ୍ଟିବଡି କକ୍‌ଟେଲ୍‌’ ଚିକିତ୍ସା ଦିଆଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଛଡ଼ାଯାଇଥିଲା। ସେତେବେଳକୁ ତାଙ୍କ ଅକ୍ସିଜେନ୍‌ ସାଚୁରେସନ୍‌ ଥିଲା ୯୯%। ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ସେ ୧୫ ଦିନ ‘ହୋମ୍‌ ଆଇସୋଲେସନ୍‌’ରେ ରହିବେ। ଗାଙ୍ଗୁଲି କୋଭିଡ୍‌-୧୯ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିଲେ।

୨୦୨୧ ଜାନୁଆରିରୁ ଏଯାବତ୍‌ ସୌରଭ ଗାଙ୍ଗୁଲୀ ୩ ଥର ଡାକ୍ତରଖାନାରେ ଭର୍ତ୍ତି ହେଲେଣି।

The post ସୌରଭ ଗାଙ୍ଗୁଲୀଙ୍କ ଝିଅ ସନା କୋଭିଡ୍‌-୧୯ ପଜିଟିଭ୍‌; ପତ୍ନୀ ଡୋନା ନେଗେଟିଭ୍‌ first appeared on Sambad.

from କରୋନା | Sambad https://ift.tt/34hxp3X