
ନୂଆଦିଲ୍ଲୀ : କେରଳରେ କୋଭିଡ୍ ସଂକ୍ରମଣ କମିବାର ନାଁ ନେଉନି। ରାଜ୍ୟର ସବୁ ଅଂଚଳରେ ଏବେ ସଂକ୍ରମଣ ବଢ଼ୁଥିବାରୁ ସରକାର ଅଧିକ ସତର୍କତା ଅବଲମ୍ବନ କରିଛନ୍ତି। ବୁଧବାର କେରଳରେ ଟେଷ୍ଟ୍ ପଜିଟିଭ୍ ହାର ୧୧.୩୭ ପ୍ରତିଶତ ଥିବାବେଳେ ଗୁରୁବାର ଏହା ୧୩.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତକାଲି କେରଳରେ ୨୨୦୪୦ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୭,୩୨୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କେରଳରେ ସକ୍ରିୟ ମାମଲା ୧.୭୭ ଲକ୍ଷରେ ପହଞ୍ଚିଛି । ରାଜ୍ୟରେ କେତେକ ପ୍ରଭାବିତ ଜିଲ୍ଲା ହେଉଛି ମଲପ୍ପୁରମ୍, ଥ୍ରିସୁର. ଏର୍ନାକୁଲମ, ପଲକ୍କଡ଼। ମଲପ୍ପୁରମ୍ରେ ୩,୬୪୫ ମାମଲା ଚିହ୍ନଟ ହୋଇଥିବା ବେଳେ ଥ୍ରିସୁରରେ ୨,୪୦୬, ଏର୍ନାକୁଲମରେ ୨,୩୭୩ ଏବଂ ପଲକ୍କଡ଼ରେ ୨,୧୩୯ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ଏବେ ୪.୮୧ ଲକ୍ଷ ଲୋକ ବିଭିନ୍ନ ଜିଲ୍ଲାରେ କ୍ବାରାଣ୍ଟିନ୍ରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪,୫୧ ଲକ୍ଷ ଲୋକ ଇନଷ୍ଟିଚ୍ୟୁସନାଲ୍ କ୍ବାରାଣ୍ଟିନ୍ରେ ଥିବାବେଳେ ୨୯,୩୫୮ ଜଣ ହସ୍ପିଟାଲ୍ରେ ଅଛନ୍ତି।
The post କମୁନି କେରଳ ସଂକ୍ରମଣ, ଟିପିଆର୍ ୧୩.୪୯% first appeared on Sambad.from କରୋନା | Sambad https://ift.tt/3yxR61L
0 Comments