
ଭୁବନେଶ୍ବର: ଓମିକ୍ରନକୁ ନେଇ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓମିକ୍ରନ ବିରୋଧରେ ଟିକା କାମ କରୁଛି। ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ। ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ହୋମ ଆଇ ସୋଲେସନକୁ ଗୁରୁତ୍ୱ ଦିଆଯାଇଛି। ଯେଉଁମାନେ ବିଦେଶରୁ ଆସୁଛନ୍ତି, କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରିବା ପାଇଁ।
ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି। ଶିକ୍ଷାନୁଷ୍ଠାନରେ କିଭଳି କରୋନା ନ ବ୍ୟାପିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
The post ଓମିକ୍ରନକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ: ସ୍ଵାସ୍ଥ୍ୟମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/2ZTLXoF
0 Comments