
ଜିନିଭା: ବିଶ୍ବର ୩୮ଟି ଦେଶରେ ‘ଓମାଇକ୍ରନ୍’ ବା ‘ଓମିକ୍ରନ୍’ ଚିହ୍ନଟ ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ସ୍ଥାନରୁ ଏଥିଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟ ଆସି ନ ଥିବା କଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଶୁକ୍ରବାର ଦିନ କହିଛି।
ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍’ ସଂକ୍ରମଣ ୩ ନିୟୁତ ଟପି ଯାଇଥିବା ବେଳେ ସଦ୍ୟତମ ଦେଶ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅଷ୍ଟ୍ରେଲିଆରେ ଉକ୍ତ ଭେରିଏଣ୍ଟ୍ର ସ୍ଥାନୀୟ ସଂକ୍ରମଣ ରିପୋର୍ଟ ହୋଇଛି।
‘ଓମିକ୍ରନ୍ ଭେରିଏଣ୍ଟ୍’ କେତେଦୂର ସଂକ୍ରମଣଶୀଳ ତାହାର ନିର୍ଦ୍ଧାରଣ ନିମନ୍ତେ କିଛି ସପ୍ତାହ ଲାଗି ପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ କହିଛି। ଏଥିଯୋଗୁଁ ସାଙ୍ଘାତିକ ଅସୁସ୍ଥତା ସୃଷ୍ଟି ହେଉଛି କି ନାହିଁ ଓ ଏହାର ଚିକିତ୍ସା ଓ ଟିକାକରଣ କେତେଦୂର ଫଳପ୍ରଦ ହେଉଛି ତାହା ମଧ୍ୟ ଜଣାପଡ଼ି ନାହିଁ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରୀକାଳୀନ ନିର୍ଦେଶକ ମାଇକେଲ୍ ରିୟାନ୍ କହିଛନ୍ତି, ସମସ୍ତେ ଆବଶ୍ୟକ କରୁଥିବା ଉତ୍ତର ସଂଗ୍ରହ କରିବାକୁ ଆମେ ଅପେକ୍ଷା କରିଛୁ।
‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ କହିଛନ୍ତି, ‘ଡେଲ୍ଟା’ ଷ୍ଟ୍ରେନ୍ ଭଳି ‘ଓମିକ୍ରନ୍’ ମଧ୍ୟ ବୈଶ୍ବିକ ଆର୍ଥିକ ସୁଧାରକୁ ମନ୍ଥର କରାଇବ।
The post ୩୮ ଦେଶକୁ ବ୍ୟାପିଛି ‘ଓମିକ୍ରନ୍’, କେଉଁଠୁ ମୃତ୍ୟୁ ରିପୋର୍ଟ ଆସିନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ first appeared on Sambad.from କରୋନା | Sambad https://ift.tt/3rHQJku
0 Comments