ୱେଲିଙ୍ଗ୍‌ଟନ୍‌: ମହାମାରୀ ବ୍ୟାପିବା ଦିନ ଠାରୁ ପ୍ରାୟ ଦୁଇ ବର୍ଷ ପରେ ଶନିବାର ଦିନ ପ୍ରଥମ କରି ‘କୁକ୍‌ସ୍‌ ଦ୍ବୀପପୁଞ୍ଜ’ରେ ପ୍ରଥମ କୋଭିଡ୍‌ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ଏହି ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶ ପର୍ଯ୍ୟଟକମାନଙ୍କ ପାଇଁ ତା’ର ସୀମା ଉନ୍ମୁକ୍ତ କରିବାକୁ ବାହାରି ଥିବା ବେଳେ ଏଭଳି ଘଟଣା ଘଟିଛି।

ପ୍ରାୟ ୧୭,୦୦୦ ଜନସଂଖ୍ୟାବିଶିଷ୍ଟ ଏହି ଦେଶରେ ଟିକାକରଣ ହାର ବିଶ୍ବରେ ସର୍ବାଧିକ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ସେଠାକାର ୯୬% ଯୋଗ୍ୟ  ଜନତାଙ୍କୁ ଦୁଇ ଡୋଜ୍‌ ଟିକା ଦିଆଯାଇଛି।

ଗୁରୁବାର ଦିନ ସପରିବାର ଘରବାହୁଡ଼ା ବିମାନରେ ଫେରି ‘କ୍ବାରେଣ୍ଟିନ୍‌’ରେ ଥିବା ଜଣେ ୧୦ ବର୍ଷିୟ ବାଳକ ଦେହରେ କୋରୋନାଭାଇରସ୍ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି ବୋଲି ବିବୃତି ଦେଇ ପ୍ରଧାନମନ୍ତ୍ରୀ ମାର୍କ ବ୍ରାଉନ୍‌ କହିଛନ୍ତି। ମନେହୁଏ, ସେ ବାଳକଜଣକ ବିମାନ ‌ଯୋଗେ ନିଉଜିଲାଣ୍ଡରୁ ଆସଥିଲା।

Image Courtesy of Madhyam

ବ୍ରାଉନ୍‌ କହିଛନ୍ତି, ଆମେ ଦେଶ ସୀମାନ୍ତ ଖୋଲିବାକୁ ପ୍ରସ୍ତୁତି କରୁଥିଲୁ। ସୀମାନ୍ତ ନିକଟରେ ଉପରୋକ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଆମ ‘ଟେଷ୍ଟିଙ୍ଗ୍‌’ ଅଭିଯାନର ମୂଲ୍ୟ ଥିବା କଥା ପ୍ରତିପାଦିତ ହୋଇପାରିଛି।

ସୂଚନାଯୋଗ୍ୟ, ସମଗ୍ର ବିଶ୍ବକୁ ମହାମାରୀ ଗ୍ରାସ କରିଥିବା ବେଳେ କୁକ୍‌ସ୍‌ ଦ୍ବୀପପୁଞ୍ଜ ସମଗ୍ର ବିଶ୍ବବାସୀଙ୍କ ପାଇଁ ଦ୍ବାର ବନ୍ଦ କରିଥିଲା। ଜାନୁଆରି ୧୪ରେ ନିଉଜିଲାଣ୍ଡ୍‌ ସହ ‘କ୍ବାରେଣ୍ଟିନ୍‌’ ମକ୍ତ ଗମନାଗମନ ଆରମ୍ଭ କରିବା ପାଇଁ ଯୋଜନା କରିଥିବା କଥା ସରକାର ଘୋଷଣା କରିଥିଲେ।

ସେହିଭଳି, ଅକ୍‌ଲାଣ୍ଡ୍‌ରେ ଭୂତାଣୁ ସଂକ୍ରମଣ ବ୍ୟାପୀପାରୁ ଏ ବର୍ଷ ପ୍ରାରମ୍ଭରେ ନିଉଜ୍‌ଲାଣ୍ଡ୍‌ ସହ ହୋଇଥିବା ‘ସ୍ବଳ୍ପକାଳୀନ ଟ୍ରଭେଲ୍‌ ବବଲ୍‌’ ସ୍ଥଗିତ ରଖାଯାଇଥିଲା।

The post ମହାମାରୀ ବ୍ୟାପିବାର ପ୍ରାୟ ୨ ବର୍ଷ ପରେ ‘କୁକ୍‌ସ୍‌ ଦ୍ବୀପପୁଞ୍ଜ’ରେ ରିପୋର୍ଟ ହେଲା ପ୍ରଥମ କୋଭିଡ୍‌ ସଂକ୍ରମଣ ମାମଲା first appeared on Sambad.

from କରୋନା | Sambad https://ift.tt/3DhPtad