ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୮,୯୫୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୯୬,୭୭୬ ଥିବାବେଳେ ସକ୍ରିୟ ମାମଲା ୯୯, ୦୨୩ ରହିଛି। ୫୪୭ ଦିନ ପରେ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ତଳେ ରହିଛି। ଗତ ୨୪ ଘଣ୍ଟାରେ ୨୬୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୬୯,୨୪୭ରେ ପହଞ୍ଚିଛି। ଲଗାତାର ୫୪ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୨୦ ହଜାର ତଳେ ରହିଛି ଏବଂ ଲଗାତାର ୧୫୬ ଦିନ ଧରି ଦୈନିକ ମାମଲା ୫୦ ହଜାର ତଳେ ରହିଛି।

ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୯ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରେ ଏହା ସବୁଠୁ କମ୍‌। ଅନ୍ୟପକ୍ଷେ କୋଭିଡ୍‌ ଆରୋଗ୍ୟ ହାର ୯୮.୩୫ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ଏବେ ୦.୮୧ ପ୍ରତିଶତ ରହିଛି ଏବଂ ଲଗାତାର ୫୮ ଦିନ ଧରି ଏହା ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୦.୮୪ ପ୍ରତିଶତ। ଲଗାତାର ୧୭ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୧ ପ୍ରତିଶତ ତଳେ ରହିଛି। ୩,୪୦,୨୮,୫୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଦେଶରେ ମୃତ୍ୟୁ ହାର ୧.୩୬ ପ୍ରତିଶତ।

The post ଦେଶରେ ୧ ଲକ୍ଷ ତଳେ ସକ୍ରିୟ ମାମଲା, ମୃତ୍ୟୁ ହାର ୧.୩୬ ପ୍ରତିଶତ first appeared on Sambad.

from କରୋନା | Sambad https://ift.tt/3Eh0o54