ମହାରାଷ୍ଟ୍ରରେ ୪ କୋଟି ଲୋକଙ୍କ ସମ୍ପୂର୍ଣ ଟିକାକରଣ

ମହାରାଷ୍ଟ୍ର : ମହାରାଷ୍ଟ୍ରର ୯ କୋଟିରୁ ଅଧିକ ୧୮ ବର୍ଷରୁ ଅଧିକ ବୟସର ଜନସଂଖ୍ୟାରୁ ୪ କୋଟି ନାଗରିକଙ୍କ ସମ୍ପୂର୍ଣ ଟିକାକରଣ ହୋଇଛି। ମହାରାଷ୍ଟ୍ର ଜୁଲାଇ ୨୬ ରେ ୧କୋଟି ନାଗରିକଙ୍କ ସମ୍ପୂର୍ଣ୍ଣ ଟିକାକରଣ କରିଥିଲା ​​ଏବଂ ସେପ୍ଟେମ୍ବର୧୭ରେ ଏହି ସଂଖ୍ୟା ୨ କଟି ଛୁଇଁଥିଲା। ଏବେ ସଂପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ଅତିକ୍ରମ କରିଥବା ବେଳେ ଏହାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଯୋଜନା ହୋଇଛି। ଟିକାକରଣରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣରେ ବଡ଼ ଧରଣର ହ୍ରାସ ଦେଖିବାକୁ ମଳିଛି। ଗତକାଲି ମହାରାଷ୍ଟ୍ରରେ ୬୭୮ଟି କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟର ମୋଟ୍‌ ସଂକ୍ରମଣ ୬,୬୩୫,୬୫୮ ଏବଂ ମୃତ୍ୟୁ ସଂଖ୍ୟା ୧୪୦,୯୯୭ରେ ପହଞ୍ଚିଛି।

The post ମହାରାଷ୍ଟ୍ରରେ ୪ କୋଟି ଲୋକଙ୍କ ସମ୍ପୂର୍ଣ ଟିକାକରଣ first appeared on Sambad.

from କରୋନା | Sambad https://ift.tt/3dqkWfX

Post a Comment

0 Comments