
ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍ ପ୍ରଜାତି ଚିହ୍ନଟ ହେବାପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଛି। ପ୍ରାୟ ୧୦ଟି ରାଜ୍ୟରେ ବିପଦପ୍ରବଣ ରାଷ୍ଟ୍ରରୁ ଆସିଥିବା ଅନେକ ଯାତ୍ରୀଙ୍କର କିଛି ଖୋଜଖବର ମିଳୁନାହିଁ। ଅନେକ ଯାତ୍ରୀ କୋଭିଡ୍ ଟେଷ୍ଟ୍ ନକରିବା ଏବଂ କ୍ବାରାଣ୍ଟିନ୍ ନିୟମ ପାଳନ ନକରି ରହିବା ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି।
ଉତ୍ତରପ୍ରଦେଶର ମିରଟକୁ ବିଦେଶରୁ ଫେରିଥିବା ୩୦୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣ ଭୁଲ୍ ଠିକଣା ଏବଂ ଭୁଲ୍ ମୋବାଇଲ ନମ୍ବର ଦେଇ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ଜଣ ଯାତ୍ରୀ ବେଙ୍ଗାଲୁରୁରେ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀରେ ୧୨ ଜଣ ସନ୍ଦିଗ୍ଧ ଓମିକ୍ରନ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି ବିପଦ ଥିବା ରାଷ୍ଟ୍ରରୁ ଜଣେ ଶିଶୁ ସମେତ ୨ ଜଣ ଅନ୍ତର୍ଜାତୀୟ ଯାତ୍ରୀ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ସେହିପରି ଗତକାଲି ଜୟପୁରର ଏକ ପରିବାରରେ ୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ପରିବାରରେ ୪ ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି।
The post ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା ନିଖୋଜ first appeared on Sambad.from କରୋନା | Sambad https://ift.tt/3do2cgZ
0 Comments