
ଲଣ୍ଡନ୍: ୧୬୦ଟି ‘ଓମିକ୍ରନ୍’ ମାମଲା ଚିହ୍ନଟ ହେବା ପରେ ସଂକ୍ରମଣ ବିସ୍ତାର ମନ୍ଥର କରିବା ଲାଗି ବ୍ରିଟେନ୍ ସମସ୍ତ ବିଦେଶାଗତ ଯାତ୍ରୀମାନଙ୍କ ପ୍ରତି ‘ପ୍ରି-ଡିପାର୍ଚର୍ କୋଭିଡ୍-୧୯ ଟେଷ୍ଟ୍’ ଲାଗୁ କରିଛି ଏବଂ ନାଇଜେରିଆରୁ ଆସୁଥିବା ସମସ୍ତ ଯାତ୍ରୀ ହୋଟେଲ୍ରେ କ୍ବାରେଣ୍ଟିନ୍ରେ ରହିବେ ବୋଲି ଶନିବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ କହିଛନ୍ତି।
ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କହିଛନ୍ତି ଯେ, ‘ଓମିକ୍ରନ୍’ ବିସ୍ତାର ବେଗ ମନ୍ଥର କରିବା ଲାଗି ଗମନାଗମନ ଉପରେ କଟକଣା ଆବଶ୍ୟକ। ଏହି ଭେରିଏଣ୍ଟ୍ର ସଂକ୍ରମଣଶୀଳତା ଏବଂ ତା’ଉପରେ ଟିକାର ପ୍ରଭାବ ସମ୍ପର୍କରେ ଜାଣିବା ଲାଗି ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି।
‘ୟୁକେ ହେଲ୍ଥ୍ ସିକ୍ୟୁରିଟି ଏଜେନ୍ସି’ (ୟୁକେଏଚ୍ଏସ୍ଏ) କହିଛି ଯେ, ସମୁଦାୟ ସୁନିଶ୍ଚିତ ‘ଓମିକ୍ରନ୍’ ମାମଲା ୧୬୦କୁ ବୃଦ୍ଧି ପାଇଛି।
ସ୍ବାସ୍ଥ୍ୟମନ୍ତ୍ର ଜାଭେଦ୍ କହିଛନ୍ତି, ‘ଓମିକ୍ରନ୍’ ସଂକ୍ରମଣ ସମ୍ପର୍କରେ ଜାଣିବା ପରେ ଗତ ସପ୍ତାହରେ ସଂଗୃହୀତ ତଥ୍ୟାବଳୀ ଆମେ ସମୀକ୍ଷା କରୁଛୁ। ଗମନାଗମନ ଯୋଗୁଁ ସଂକ୍ରମଣ ମାମଲା ବୃଦ୍ଧି ପାଉଛି ବୋଲି ଆମର ମନେହେଉଛି।
ଏହା ବ୍ୟତିରେକେ, ସୋମବାର ଠାରୁ ନାଇଜେରିଆକୁ ‘ବ୍ରିଟେନ୍ ଟ୍ରାଭେଲ୍ ରେଡ୍ ଲିଷ୍ଟ୍’ରେ ରଖାଯିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବ୍ରିଟେନ୍ରେ ଚିହ୍ନଟ ବହୁଳାଂଶ ‘ଓମିକ୍ରନ୍’ ସଂକ୍ରମଣ ମାମଲାର ସମ୍ପର୍କ ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀମାନଙ୍କ ସହ ରହିଛି।
ଗତ ସପ୍ତାହାନ୍ତରେ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ୯ଟି ଦକ୍ଷିଣ ଆଫ୍ରିକୀୟ ଦେଶକୁ ‘ରେଡ୍ ଲିଷ୍ଟ୍’ଭୁକ୍ତ କରାଯାଇଛି। ଏହାର ଅର୍ଥ କେବଳ ବ୍ରିଟିସ୍ ନାଗରିକ କିଂବା ବାସିନ୍ଦାମାନଙ୍କୁ ଦେଶ ପ୍ରବେଶ ଅନୁମତି ମିଳିବ ଏବଂ ସେମାନେ ହୋଟେଲ୍ରେ କ୍ବାରେଣ୍ଟିନ୍ରେ ରହିବେ।
The post ୧୬୦ ‘ଓମିକ୍ରନ୍’ ମାମଲା ଚିହ୍ନଟ ହେବାରୁ ବିଦେଶାଗତ ଯାତ୍ରୀଙ୍କ ଉପରେ କଟକଣା ଲାଗୁ କଲା ଇଂଲଣ୍ଡ୍ first appeared on Sambad.from କରୋନା | Sambad https://ift.tt/3EttzC0
0 Comments