
ଭୁବନେଶ୍ବର: ବିମାନବନ୍ଦରରେ ଆସୁଥିବା ଲୋକମାନଙ୍କୁ ସ୍କ୍ରିନିଂ ଓ ଟେଷ୍ଟ କରାଯାଉଛି ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହାସହ ଲୋକମାନେ ବିମାନବନ୍ଦରରୁ ବାହାରି ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ସେଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ଆସୁଥିବା ଲୋକଙ୍କ ସୂଚନା ଦିଆଯାଉଛି। ଜିଲ୍ଲା ସ୍ତରରେ ସେହି ଲୋକମାନଙ୍କୁ ଟ୍ରାକ୍ କରାଯାଉଛି ଟେଷ୍ଟ କରାଯାଉଛି, ଯଦି ରିପୋର୍ଟ ନେଗେଟିଭ ଆସୁଛି, ସେମାନଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କେହି ପଜିଟିଭ୍ ଆସୁଛନ୍ତି, ସେମାନଙ୍କର ସାମ୍ପୁଲ ସଂଗ୍ରହ କରାଯାଇ ଜିନମ ସିକ୍ବେନସିଂ ପାଇଁ ଆଇଏଲଏସ ଭୁବନେଶ୍ୱରକୁ ପଠାଯାଉଛି। ତେଣୁ ଜିନମ ସିକ୍ୱେନସିଂ ପରେ ହିଁ ଡ଼େଲଟା କି ଓମିକ୍ରନ ଜଣାପଡ଼ିବ।
ଶେଷ ସୂଚନା ଅନୁଯାୟୀ ବାହାରୁ ଆସିଥିବା ୩୮୦ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିରୁ ଯାହାଙ୍କର ପଜିଟିଭ୍ ଆସିଛି, ସେମାନଙ୍କ ସାମ୍ପୁଲ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଛି। ଟିକା ନେବା ପାଇଁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି। ଭ୍ୟାକସିନ କାମ କରୁଛି। ଭୟଭୀତ ନହୋଇ ଭ୍ୟାକସିନ ନିଅନ୍ତୁ ଏବଂ କୋଭିଡ ନିୟମ ପାଳନ କରନ୍ତୁ। ତାହେଲେ ଯାଇ କୋଭିଡକୁ ପ୍ରତିହତ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇନାହିଁ । ଓମିକ୍ରନ ସଂକ୍ରମିତ ଦେଶ କିମ୍ବା ବିଦେଶରୁ ଫେରିଥିବା ଲୋକମାନେ ହୋମ କ୍ୱାରେଣ୍ଟିନ ନିୟମ ପାଳନ କରନ୍ତୁ। ନଚେତ ଅନ୍ୟମାନେ ସଂକ୍ରମିତ ହେବେ। ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆସିନାହିଁ।
The post ବିମାନବନ୍ଦରରେ ଆସୁଥିବା ଲୋକମାନଙ୍କୁ ସ୍କ୍ରିନିଂ ଓ ଟେଷ୍ଟ କରାଯାଉଛି: ଡିଏମଇଟି first appeared on Sambad.from କରୋନା | Sambad https://ift.tt/3ly6bfn
0 Comments