ବେଙ୍ଗାଲୁରୁ : କେରଳରେ ୭୨ ଜଣ ନର୍ସିଂ ଛାତ୍ରୀଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୈସୁରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ହାଇ ଆଲର୍ଟ ଜାରି କରାଯାଇଛି। ଡେପୁଟି କମିସନର ବାଗାଡି ଗୌତମ କହିଛନ୍ତି, ମୈସୁରରେ ପାଞ୍ଚ ହଜାର କୋଭିଡ୍‌ ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ କେବଳ କାବେରୀ ନର୍ସିଂ ହଷ୍ଟେଲର ୪୩ ଜଣ ଛାତ୍ରୀ ଏବଂ ସେଣ୍ଟ ଜୋସେଫ କଲେଜର ୨୯ ଜଣ ଛାତ୍ରଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କେରଳରୁ ଆସିବା ପାଇଁ ଥିବା ସମସ୍ତ ପ୍ରବେଶ ପଥରେ କଡ଼ା ନଜର ରଖାଯାଇଛି। ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିଲେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଛି।

The post କେରଳରେ ୭୨ ନର୍ସିଂ ଛାତ୍ରୀ କୋଭିଡ୍‌ ପଜିଟିଭ first appeared on Sambad.

from କରୋନା | Sambad https://ift.tt/3rtPKVi