ଢେଙ୍କାନାଳ : ଦୀର୍ଘ ୬ମାସରୁ ଅଧିକ ଦିନ ହେଲା ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇ ଚାଲିଥିବାବେଳେ ପୁଣିଥରେ ହଠାତ୍‌ ଉପରମୁହାଁ ହୋଇଛି। ସହରର ୨ ନମ୍ବର ୱାର୍ଡ କୁଞ୍ଜକାନ୍ତ ଅଞ୍ଚଳରୁ ଏକକାଳୀନ ୩୩ ଆକ୍ରାନ୍ତ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। କୁଞ୍ଜକାନ୍ତ ଅଂଚଳରେ ଥିବା ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ ‘ସାଇକୃପା ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟ’ରୁ ଏହି ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜଣାପଡ଼ିବା ପରେ ପ୍ରଶାସନର ମୁଣ୍ତବ୍ୟଥା ବଢିଯାଇଛି।

କେବଳ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ମହଲ ନୁହେଁ, ସମଗ୍ର ସହରବାସୀଙ୍କ ମଧ୍ୟରେ ଏଥିନେଇ ଭୟ ଖେଳିଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ କିପରି ପଢ଼ି‌ବେ, ସେଥିନେଇ ଆଶଙ୍କା ପ୍ରକାଶ ପାଇଛି। କେଉଁଠାରୁ କିପରି ଏତେ ପିଲା ଏକାଥରେ ସଂକ୍ରମିତ ହେଲେ, ସେ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ କରାନଗଲେ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଯାଇଛି। ଏହି ଗୋଟିଏ ଅନୁଷ୍ଠାନକୁ ନେଇ ସମଗ୍ର କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ ନାକାବନ୍ଦୀ କରାଯାଇଛି। ଆଜି ୧ ତାରିଖ ସକାଳ ୭ଟାରୁ ଆସନ୍ତା ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଛି।

The post ସାଇକୃପାରୁ ୩୩ ଆକ୍ରାନ୍ତ ଚିହ୍ନଟ, ଫେରିଲା କଣ୍ଟେ‌ନମେଣ୍ଟ ଜୋନ୍‌ first appeared on Sambad.

from କରୋନା | Sambad https://ift.tt/3oe4UM5