
ନୂଆଦିଲ୍ଲୀ: ଦୈନିକ ଦକ୍ଷିଣ ଆଫ୍ରିକା ହସ୍ପିଟାଲ୍ରେ ଭର୍ତ୍ତି ହେଉଥିବା କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ମଙ୍ଗଳବାର ଦିନ ଦୁଇଗୁଣରୁ ଅଧିକ ହୋଇଯାଇଛି।
‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ଡିଜିଜେସ୍’ କହିବା ଅନୁସାରେ, ପଅରଦିନ ଡାକ୍ତରଖାନାରେ ୧୭୫ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗତକାଲି ୩୮୩ଜଣ ଭର୍ତ୍ତି ହୋଇଛନ୍ତି।
ରେକର୍ଡ ହୋଇଥିବା ୧୩,୧୪୭ଟି ନୂତନ ସଂକ୍ରମଣ ମାମଲାର ୬୪% ହେଉଛି ଜୋହନେସ୍ବର୍ଗ ଏବଂ ପ୍ରିଟୋରିଆ ଥିବା ଗାଉଟେନ୍ ପ୍ରଦେଶ। ଦିନକ ପୂର୍ବରୁ ଚିହ୍ନଟ ହୋଇଥିବା ୬,୩୮୧ ନୂତନ ସଂକ୍ରମଣ ମାମଲାରୁ ସେ ଅଞ୍ଚଳର ଥିଲା ୭୦% ମାମଲା।
ମଙ୍ଗଳବାର ଦିନ ପରୀକ୍ଷା ହୋଇଥିବା ନମୁନାରେ ପଜିଟିଭିଟି ହାର ୨୪.୯% ଥିଲା। ଦିନକ ପୂର୍ବରୁ ପଜିଟିଭିଟି ହାର ଥିଲା ୨୬.୪%। ବିଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍-୧୯ଜନିତ ୨୭ ମୃତ୍ୟୁ ରେକର୍ଡ କରାଯିବା ସହ ମହାମାରୀ ଆରମ୍ଭରୁ ଦେଶରେ ଘଟିଥିବା ସମୁଦାୟ ମୃତ୍ୟୁସଂଖ୍ୟା ୯୦,୦୦୨ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ‘ଓମିକ୍ରନ୍’ କରୋନାଭାଇରସ୍ ଭେରିଏଣ୍ଟ୍ଦ୍ବାରା ସଂକ୍ରମିତ ହୋଇଥିବା ରୋଗୀମାନଙ୍କ ଯୋଗୁଁ ଦକ୍ଷିଣ ଆଫ୍ରିକାର କେତେକ ଡାକ୍ତରଖାନା ୱାର୍ଡ ଭରପୂର ହୋଇଯାଇଥିବାରୁ ସୋମବାର ଦିନ ରାଷ୍ଟ୍ରପତି ସିରିଲ୍ ରାମାଫୋସା ଟିକା ନେବା ପାଇଁ ଦକ୍ଷିଣ ଆଫ୍ରିକାବାସୀଙ୍କୁ ନିବେଦନ କରିଛନ୍ତି।
The post ଦିନକରେ ଦୁଇଗୁଣରୁ ଅଧିକ ହେଲା ଦକ୍ଷିଣ ଆଫ୍ରିକା କୋଭିଡ୍ ହସ୍ପିଟାଲ୍ରେ ରୋଗୀଭର୍ତ୍ତି ସଂଖ୍ୟା first appeared on Sambad.from କରୋନା | Sambad https://ift.tt/31DluN1
0 Comments