
ଭୁବନେଶ୍ବର: ଯେମିତି କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ସେମିତି ଓମିକ୍ରନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । ଓମିକ୍ରନର ପ୍ରଭାବକୁ ଦେଖି ଆଜି ଏଭଳି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(‘ହୁ’) କହିବା ଅନୁସାରେ, ଯେଉଁମାନେ କରୋନା ଟିକା ନେଇ ନାହାନ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ। ଏହାସହ ଶିଶୁମାନେ ମଧ୍ୟ ଓମିକ୍ରନ ଦ୍ବାରା ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ଥିବା ସହ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ହୁ’ଏବଂ ଅନ୍ୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ ଥିବା ସହ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁନାହାନ୍ତି । ଓଡ଼ିଶା ଫେରିଥିବା ୯୮୨ଜଣଙ୍କ ମଧ୍ୟରୁ ଯେଉଁ ୪ଜଣ କରୋନା ପଜିଟିଭ ହୋଇଛନ୍ତି, ସେମାନଙ୍କ ପାଖରେ ମଧ୍ୟ କୌଣସି ଲକ୍ଷଣ ନାହିଁ।
The post ପୂର୍ବ ଭାରିଆଣ୍ଟ ଭଳି ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ସତର୍କ ରହିବାକୁ ହେବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର first appeared on Sambad.from କରୋନା | Sambad https://ift.tt/3rMdP9K
0 Comments