ଗାନ୍ଧୀନଗର: ଡିସେମ୍ବର ୪ ତାରିଖରେ ଗୁଜରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଆଉ ଦୁଇଜଣ ‘ଓମିକ୍ରନ୍‌ କରୋନାଭାଇରସ୍‌’ ପଜିଟିଭ୍‌ ବାହାରିଛନ୍ତି। ଏହାକୁ ମିଶାଇ ଭାରତରେ ସମୁଦାୟ ‘ଓମିକ୍ରନ୍‌’ ପଜିଟିଭ୍‌ ସଂଖ୍ୟା ୨୫ରେ ପହଞ୍ଚିଛି।

ଜିମ୍ବାୱେ ଯାତ୍ରାରୁ ଗୁଜରାଟର ଜାମନଗରକୁ ଫେରିଥିବା ଜଣେ ବ୍ୟକ୍ତି ଡିସେମ୍ବର ୪ ତାରିଖରେ କରୋନାଭାଇରସ୍‌ର ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ଡିସେମ୍ବର ୪ ତାରିଖ ଦିନ ପରୀକ୍ଷାରୁ ଜଣାପଡ଼ିଥିଲା। ନୂଆ ସଂକ୍ରମଣ ସବୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ବୋଲି ଜଣାପଡ଼ିଛି।

Image Courtesy of ANI

ପ୍ରଥମ ବ୍ୟକ୍ତିଜଣକ ‘ଓମିକ୍ରନ୍‌ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ବୋଲି ତାଙ୍କ ଶରୀରରେ ସଂକ୍ରମିତ ଭୂତାଣୁର ଗୁଣସୂତ୍ର-କ୍ରମ ବାହାର କରିବା ପରେ ଜଣାପଡ଼ିଥିଲା।

ଏହି ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତି ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟୂନ ୧୦ଜଣ ବ୍ୟକ୍ତିଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା।

କୋଭିଡ୍‌-୧୯ର ଓମିକ୍ରନ୍‌ ଭେରିଏଣ୍ଟ୍‌ଜନିତ ଚାଲେଞ୍ଜ୍‌ ସବୁକୁ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ନିରୀକ୍ଷଣ କରୁଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।

The post ଗୁଜରାଟରେ ଆଉ ୨ଜଣ ‘ଓମିକ୍ରନ୍‌’ ପଜିଟିଭ୍‌ ଚିହ୍ନଟ, ଦେଶରେ ସମୁଦାୟ ‘ଓମିକ୍ରନ୍‌’ମାମଲା ୨୫କୁ ବୃଦ୍ଧି first appeared on Sambad.

from କରୋନା | Sambad https://ift.tt/3oGGqeR