ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ୯୪ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।

୧୨୨ ଜଣଙ୍କ ମଧ୍ୟରୁ ସଂଗରୋଧରୁ ୨୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୧୯୯ରେ ପହଞ୍ଚଛି । ଏଥିରୁ ୧୧୯୯୪୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୮୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧୪୩ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ବି ଆମକୁ ସତର୍କ ରହିବା ସହିତ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି କହିଛନ୍ତି ରାଜ୍ୟ ସରକାର।

The post ଭୁବନେଶ୍ବରରୁ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3DJ36PT