ମୁମ୍ବାଇ: ସଂପ୍ରତି କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ହୁ) ଓମିକ୍ରନକୁ ଭୟାନକ ଓ ଚିନ୍ତାର କାରଣ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ନଭେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଜାର କରିଥିବା ଏକ ଆଦେଶରେ ମହାରାଷ୍ଟ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ଯାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଟିକା କରଣ କିମ୍ବା ବୈଧ ଆରଟି-ପିସିଆର ପରୀକ୍ଷା କରିବା ଏବଂ ଆନ୍ତଃ-ରାଜ୍ୟ ଯାତ୍ରୀମାନଙ୍କ ପାଇଁ ବିନା ବ୍ୟତିକ୍ରମରେ ଆରଟି-ପିସିଆର ପରୀକ୍ଷା (୪୮ଘଣ୍ଟା) ମଧ୍ୟରେ କରିବାକୁ ବାଧ୍ୟତାମୂଳକ କରିଛନ୍ତି।

ଫଳରେ ଏବେ ଘରୋଇ ବିମାନ ଯାତ୍ରା କ୍ଷେତ୍ରରେ ମହାରାଷ୍ଟ୍ର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟିକା ନେଇଥିବାର ପ୍ରମାଣପତ୍ର ଦେବାକୁ ପଡିବ କିମ୍ବା ବାଧ୍ୟତାମୂଳକ ଭାବରେ ପହଞ୍ଚିବାସମୟର ୪୮ ଘଣ୍ଟା ମଧ୍ୟରେ ଏକ ଆରଟି-ପିସିଆର ପରୀକ୍ଷା କରି କୋଭିଡ୍‌ ନେଗେଟିଭ୍‌ ଥିବାର ରିପୋର୍ଟ ଦେବାକୁ ପଡ଼ିବ।

The post ଓମିକ୍ରନ ଭୟ: ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର first appeared on Sambad.

from କରୋନା | Sambad https://ift.tt/3Da62oj