ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୬୯୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୨୪, ମୟୂରଭଂଜରୁ ୧୩, ପୁରୀରୁ ୯, କେନ୍ଦ୍ରାପଡ଼ାରୁ ୮, ଯାଜପୁରରୁ ୭, ସମ୍ବଲପୁରରୁ ୬, ବାଲେଶ୍ୱର, ଗଜପତି, ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୩, ଢେଙ୍କାନାଳ, ଗଂଜାମରୁ ୨-୨, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୧୮ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୮୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ first appeared on Sambad.

from କରୋନା | Sambad https://ift.tt/3DanZTB