ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୭ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୨୭ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଢେଙ୍କାନାଳ ଜିଲ୍ଲାରୁ ୫୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୭, କଟକରୁ ୧୮, ମୟୂରଭଂଜରୁ ୧୨, ଝାରସୁଗୁଡ଼ା, ସମ୍ବଲପୁରରୁ ୯-୯, ଯାଜପୁରରୁ ୮, ପୁରୀରୁ ୬, ବଲାଙ୍ଗୀର, କେନ୍ଦ୍ରାପଡ଼ାରୁ ୫-୫, ଗଂଜାମରୁ ୪, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡିରୁ ୨-୨, ବାଲେଶ୍ୱରରୁ ଜଣେ ଓ ରାଜ୍ୟପୁଲରୁ ୨୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୦୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪ first appeared on Sambad.

from କରୋନା | Sambad https://ift.tt/3lU8Obn