
ହାଇଦ୍ରାବାଦ : ଭାରତରେ ନିର୍ମିତ କରୋନା ଟିକା କୋଭାକ୍ସିନର ସେଲଫ ଲାଇଫକୁ ୧୨ ମାସ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଔଷଧ ନିୟନ୍ତ୍ରକ ‘କେନ୍ଦ୍ରୀୟ ଓଷଧ ମାନକ ନିୟନ୍ତ୍ରକ ସଂଗଠନ’ (ସିଡେସକୋ) । ଏହା ଫଳରେ ଉତ୍ପାଦନ ତାରିଖଠାରୁ କୋଭାକ୍ସିନ ଟିକାର ଏକ୍ସପାରି ତାରିଖ ୧୨ ମାସ ପର୍ଯ୍ୟନ୍ତ ରହିବ । ଭାରତ ବାୟୋଟେକ ପକ୍ଷରୁ ପ୍ରଦାନ କରାଯାଇଥିବା ଅତିରିକ୍ତ ଷ୍ଟାବିଲିଟି ଡାଟାକୁ ଅନୁଶୀଳନ କରି ସିଡେସକୋ ଏହି ପଦକ୍ଷେପ ନେଇଛନ୍ତି ।
କୋଭାକ୍ସିନର ସେଲଫ ଲାଇଫକୁ ୬ରୁ ୨୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଭାରତ ବାୟୋଟେକ ଚଳିତ ବର୍ଷ ଏପ୍ରିଲ ମାସରେ ସିଡେସକୋ ନିକଟରେ ଆବେଦନ କରିଥିଲା । ନିଜର ଏହି ଆବଦେନ ସମର୍ଥନରେ ଭାରତ ବାୟୋଟେକ ପକ୍ଷରୁ ସିଡେସକୋକୁ ରିଅଲ ଟାଇମ ଷ୍ଟାବିଲିଟି ଡାଟା ପ୍ରଦାନ କରାଯାଇଥିଲା ।
ଅନ୍ୟପକ୍ଷରେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ କମିଟି କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରସ୍ତାବ ଉପରେ ନିଜର ନିଷ୍ପତ୍ତି ଘୋଷଣା କରିବାର ସମ୍ଭାବନା ରହିଛି । ଗତ ସପ୍ତାହରେ ଏହି ନିଷ୍ପତ୍ତି ହେବାର ଥିଲେ ବି ତାହାକୁ ନଭେମ୍ବର ୩କୁ ଘୁଞ୍ଚାଇ ଦିଆଯାଇଥିଲା ।
ସୂଚନାଯୋଗ୍ୟ ଯେ କୋଭାକ୍ସିନକୁ ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ବିକଶିତ କରିଛି ।
The post ଉତ୍ପାଦନ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ କୋଭାକ୍ସିନ ଟିକାକୁ ବ୍ୟବହାର କରିହେବ, ସେଲଫ ଲାଇଫ ବଢାଇଲା ସିଡେସକୋ first appeared on Sambad.from କରୋନା | Sambad https://ift.tt/3mFvX27
0 Comments