କୋଭାକ୍ସିନକୁ ମିଳିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି । ଏହା ସହିତ ଗତ କିଛି ମାସଧରି ଚାଲିଥିବା କଳ୍ପନାଜଳ୍ପନା ଓ ଆଶାଆଶଙ୍କାର ଅନ୍ତ ହୋଇଛି ।

ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୫ଟି କରୋନା ଟିକା ଫାଇଜର ବାୟୋଏନଟେକ୍, ମଡର୍ଣ୍ଣା, ଜନସନ ଏଣ୍ଡ ଜନସନ, ଆଷ୍ଟ୍ରାଜେନିକା, ଚୀନର ସିନୋଫାର୍ମକୁ ଜରୁରୀକାଳୀନ  ବ୍ୟବହାର ଅନୁମତି ପ୍ରଦାନ କରିସାରିଛି । ଭାରତୀୟ ଟିକାକୁ ବିଳମ୍ବରେ ଅନୁମତି ପ୍ରଦାନ କରୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ନେଇ ଭାରତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଅନୁମତି ପ୍ରଦାନ ପରେ ଏହି ବିବାଦର ଅନ୍ତ ହୋଇଛି ।

ଏହି ଅନୁମତି ମିଳିବା ପରେ କୋଭାକ୍ସିନ ଟିକା ନେଇଥିବା ଲୋକମାନଙ୍କୁ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ସ୍ବୀକୃତି ମିଳିପାରିବ । ଏହା ସହିତ ଭାରତର ଏହି ଟିକା ଅନ୍ତର୍ଜାତୀୟ ଟିକା ମେଣ୍ଟ ‘କୋଭାକ୍ସ’ରେ ସାମିଲ ହୋଇପାରିବ । ଏହା ଫଳରେ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାଧ୍ୟମରେ ଏହି ଟିକାକୁ ଗରିବ ଦେଶମାନଙ୍କ ମଧ୍ୟରେ ବଣ୍ଟନ କରିହେବ ।

ସୂଚନାଯୋଗ୍ୟ ଯେ କୋଭାକ୍ସିନକୁ ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ବିକଶିତ କରିଛି । ଏହାକୁ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

The post କୋଭାକ୍ସିନକୁ ମିଳିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମତି first appeared on Sambad.

from କରୋନା | Sambad https://ift.tt/3GPYSZi

Post a Comment

0 Comments