ଘରକୁ ଘର ବୁଲି ଟିକା ଦିଅ : ମୋଦୀ

ନୂଆଦିଲ୍ଲୀ : ଘରକୁ ଘର ବୁଲି କରୋନା ଟିକାକରଣ ଉପରେ ଗୁରତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ୨ୟ ଡୋଜ୍ ଟିକାକରଣ ଉପରେ ସମାନ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଜଣାଇଛନ୍ତି । ଦେଶର ଏହି ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଧାର୍ମିକ ନେତା, ଏନସିସି ପରି ଯୁବ ସଂଗଠନର ସହାୟତା ନିଆଯାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଯେଉଁ ରାଜ୍ୟରେ ଟିକାକାରଣ ହାର ୫୦ ପ୍ରତିଶତରୁ କମ ରହିଛି ସେସବୁ ରାଜ୍ୟର  ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆପଣମାନେ ଲୋକମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣୁଥିଲେ । ଏବେ ଆପଣମାନଙ୍କୁ ଟିକାକୁ ଲୋକମାନଙ୍କ ପାଖକୁ ପହଞ୍ଚିବାକୁ ପଡ଼ିବ । ଘରକୁ ଘର ବୁଲି ଟିକାକରଣ କରିବାକୁ ହେବ ।

କମ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ମେଘାଳୟର ୪୦ଟି ଜିଲ୍ଲାର ଜିଲ୍ଲାପାଳମାନେ ମୋଦୀଙ୍କ ସହ ଏହି ବୈଠକରେ ଆଲୋଚନା କରିଥିଲେ ।

ମାଗଣା ଟିକାକରଣ ଅଭିଯାନ ମାଧ୍ୟମରେ ଦେଶରେ ଦୈନିକ ରେକର୍ଡ ଅଢେଇ କୋଟି ଟିକାଦାନ କରାଯାଇଛି । ଏହା ଆମର କ୍ଷମତାକୁ ଦର୍ଶାଉଛି ।

 

 

The post ଘରକୁ ଘର ବୁଲି ଟିକା ଦିଅ : ମୋଦୀ first appeared on Sambad.

from କରୋନା | Sambad https://ift.tt/2ZU6327

Post a Comment

0 Comments