
ବେଜିଂ: ସବୁଠୁ ସଂକ୍ରାମକ ଡେଲ୍ଟା ପ୍ରଜାତି ପାଇଁ ଚୀନ୍ରେ ସଂକ୍ରମଣ ମାଡ଼ିଲାଣି। ୨୦୧୯ରେ କରୋନା ଭାଇରସ୍ ପ୍ରଥମେ ଉହାନରେ ଚିହ୍ନଟ ହୋଇଥିଲା। କିନ୍ତୁ କରୋନା ଏବେ ଚୀନ୍ର ଅନେକ ପ୍ରଦେଶରେ ମାଡ଼ିଲାଣି। ଚୀନ୍ରେ କରୋନା କଟକଣା କଡ଼ାକଡ଼ି ହୋଇଥିଲେ ସୁଦ୍ଧା ଉଚ୍ଚ ସଂକ୍ରାମକ ଡେଲ୍ଟା ପ୍ରଜାତି ପାଇଁ ପରିସ୍ଥିତି ଭୟଙ୍କର ହୋଇଗଲାଣି। ଚୀନ୍ର ୩୧ ପ୍ରଦେଶ ମଧ୍ୟରୁ ୧୯ଟିରେ ସଂକ୍ରମଣ ବଢ଼ୁଛି। ବୁଧବାର ଚୀନ୍ରେ ୯୩ ନୂଆ ମାମଲା ଚିହ୍ନଟ ହୋଇଛି। ଅଧିକ ୩ଟି ପ୍ରଦେଶ କେନ୍ଦ୍ରୀୟ ଚଙ୍ଗକିଙ୍ଗ, ହେନାନ୍ ଏବଂ ଜିଆଙ୍ଗସୁରେ ସଂକ୍ରମଣ ଚିହ୍ନଟ ହୋଇଛି। ବେଜିଂରେ ବୁଧବାର ୯ଟି ନୂଆ ମାମଲା ଚିହ୍ନଟ ହୋଇଛି। ବେଜିଂର ମୋଟ୍ ସଂକ୍ରମଣ ମାମଲା ୩୮। ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଚୀନ୍ରେ କରୋନା ସଂକ୍ରମଣ ଖୁବ୍ କମ୍ ରହିଛି। କିନ୍ତୁ ଚୀନ୍ ଏହାର ସଂକ୍ରମଣ ସଂଖ୍ୟାକୁ ଗତ କିଛି ମାସ ଧରି ଶୂନ ରଖିଥିବାରୁ ଏବେ ହଠାତ୍ ସଂକ୍ରମଣ ବଢ଼ିଯିବାରୁ ଚିନ୍ତା ପ୍ରକଟ ହୋଇଛି।
ଅନ୍ୟପକ୍ଷେ ରୁଷ୍ରେ ପ୍ରତିଦିନ କରୋନା ମୃତ୍ୟୁସଂଖ୍ୟା ବଢ଼ୁଛି। ରୁଷ୍ରେ ଆଜି ପୁଣି ୧୧୮୯ କରୋନା ମୃତ୍ୟୁ ହୋଇଛି ଏବଂ ୪୦,୪୪୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେବଳ ମସ୍କୋରେ ୬,୮୨୭ ମାମଲା ଚିହ୍ନଟ ହୋଇଛି। ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ୁଥିବାରୁ ରୁଷ୍ରେ କାର୍ଯ୍ୟସ୍ଥଳମାନଙ୍କରେ ସଟ୍ଡାଉନ୍ ହୋଇଛି।
The post ଡେଲ୍ଟା ପାଇଁ ଚୀନ୍ରେ ସଂକ୍ରମଣ ମାଡ଼ିଲାଣି, ରୁଷ୍ରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ୁଛି first appeared on Sambad.from କରୋନା | Sambad https://ift.tt/3CMu1ul
0 Comments