
ଭୁବନେଶ୍ବର : ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପୁଣିଥରେ ୪ହଜାର ଛୁଇଁଛି। ବୁଧବାର ରାଜ୍ୟରେ ୪୪୧ କୋଭିଡ ରୋଗୀ ସୁସ୍ଥ ହେବା ସତ୍ତ୍ବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ହଜାର ରହିଛି। ତାହାର କେବଳ ୪୯ ପ୍ରତିଶତ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ଏବେ ୧୯୬୦ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଦେଶରେ ଏବେ ଯେତିକି ଚିକିତ୍ସାଧୀନ ରୋଗୀ ରହିଛନ୍ତି ତାହାର ୨.୬୨ ପ୍ରତିଶତ ରୋଗୀ ଓଡ଼ିଶାରେ ରହିଛନ୍ତି। ମାତ୍ର ଲଗାତାର ଭାବେ ଦୈନିକ ସଂକ୍ରମଣ ୫ଶହ ସଂଖ୍ୟା ତଳେ ରହୁଥିବାରୁ ରାଜ୍ୟ ପାଇଁ ଏହା ଆଶ୍ବସ୍ତି ଆଣିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୩୨୨ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଖୋର୍ଧାରୁ ସର୍ବାଧିକ ୧୬୯, କଟକ୧୯, ଯାଜପୁର ୧୩, ସମ୍ବଲପୁର ୧୦ ଓ ଷ୍ଟେଟ୍ ପୁଲରୁ ୩୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୨ହଜାର ୪୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧା, ମୟୂରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏ ମୃତକ ରହିଛନ୍ତି। ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୮୩୪୩କୁ ବୃଦ୍ଧି ପାଇଛି। ରାଜ୍ୟର କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର ୦.୮ ପ୍ରତିଶତ ରହିଛି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୩୦ହଜାର ୨୬ ରହିଛି।
The post ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପୁଣିଥରେ ୪ହଜାର ଛୁଇଁଲା first appeared on Sambad.from କରୋନା | Sambad https://ift.tt/3we4Mi1
0 Comments