ବେଜିଂ: ଚୀନ୍‌ ରାଜଧାନୀ ବେଜିଂରେ ବି କରୋନା ବ୍ୟାପିବାରେ ଲାଗିଲାଣି। ଅନେକ ମାସ ପର୍ଯ୍ୟନ୍ତ କୋଭିଡ୍‌ ମାମଲା ଶୂନରେ ସୀମିତ ରଖିଥିବା ଚୀନ୍‌ ଏବେ ଜଟିଳ ସ୍ଥିତି ଦେଇ ଗତି କରୁଛି। ଗୋଟିଏ ପରେ ଗୋଟିଏ ପ୍ରଦେଶରେ କରୋନା ମାଡ଼ିବାରେ ଲାଗିଛି। ଚୀନ୍‌ରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ମଲ୍‌ ଏବଂ ଅଞ୍ଚଳଗୁଡ଼ିକୁ ସିଲ୍‌ କରାଯାଇଛି। ଚୀନ୍‌ ପୂର୍ବରୁ ମଧ୍ୟ ଲକ୍‌ଡାଉନ୍‌, ଟେଷ୍ଟିଂ ଏବଂ ଯାତ୍ରା କଟକଣା ଲଗାଇ କଟକଣା କଡ଼ାକଡ଼ି କରିଥିଲା। ଗୁରୁବାର ସକାଳ ସୁଦ୍ଧା ଚୀନ୍‌ରେ ୫ ଜନବସତି ସମ୍ପ୍ରଦାୟ, ଏକ ଘରୋଇ ସ୍କୁଲ୍‌ ଏବଂ ୨ଟି ଅଫିସ୍‌ ବନ୍ଦ ରହିଛି। ଚୀନ୍‌ରେ ସଂକ୍ରମଣ ବଢ଼ିବାରୁ ଲକ୍ଷ ଲକ୍ଷ ଲୋକ ଲକ୍‌ଡାଉନ୍‌ରେ ଅଛନ୍ତି ଏବଂ ଘରୋଇ ଯାତ୍ରା ନିୟମ କଡ଼ାକଡ଼ି କରାଯାଇଛି। ଏକାଧିକ ବିମାନ ବାତିଲ ହୋଇଛି।

The post ବେଜିଂରେ ବ୍ୟାପୁଛି କରୋନା: ମଲ୍‌, ବିଭିନ୍ନ ଅଞ୍ଚଳ ସିଲ୍ first appeared on Sambad.

from କରୋନା | Sambad https://ift.tt/31NDofD