
ନୂଆଦିଲ୍ଲୀ: ବିଶ୍ବରେ ଏବେ ସବୁ ଅଂଚଳରେ କୋଭିଡ୍ ସଂକ୍ରମଣ ଏବଂ ମୃତ୍ୟୁ କମୁଛି। କିନ୍ତୁ ୟୁରୋପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୟୁରୋପରେ ଗତ ସପ୍ତାହରେ କରୋନା ମୃତ୍ୟୁ ୧୦ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବର ଏକମାତ୍ର ଅଞ୍ଚଳ ଭାବେ ୟୁରୋପରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ୁଛି। ଲଗାତାର ୬ ସପ୍ତାହ ଧରି ଉକ୍ତ ମହାଦେଶରେ ସଂକ୍ରମଣ ବଢ଼ି ଚାଲିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଉଦ୍ବେଗ ପ୍ରକାଶ କରିଛି। ‘ହୁ’ର ସାପ୍ତାହିକ ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହରେ ବିଶ୍ବରେ ୩.୧ ନିୟୁତ ନୂଆ ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ନୂଆ ସଂକ୍ରମଣ ମାମଲାରେ ୧ ପ୍ରତିଶତ ବୃଦ୍ଧି ହୋଇଛି। ସଂକ୍ରମଣର ୨ ତୃତୀୟାଂଶ ତଥା ୧.୯ ନିୟୁତ ମାମଲା ୟୁରୋପରେ ଚିହ୍ନଟ ହୋଇଛି। ୟୁରୋପରେ ସପ୍ତାହକରେ ସଂକ୍ରମଣ ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକା, ରୁଷ୍, ବ୍ରିଟେନ୍, ତୁର୍କି ଏବଂ ଜର୍ମାନୀରେ ମଧ୍ୟ ସଂକ୍ରମଣ କମିଛି। ବିଶ୍ବବ୍ୟାପୀ କରୋନା ମୃତ୍ୟୁ ମାମଲାରେ ୪ ପ୍ରତିଶତ ହ୍ରାସ ହୋଇଛି।
ୟୁରୋପ୍କୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ କରୋନା ମୃତ୍ୟୁ କମିଛି। ‘ହୁ’ ରିପୋର୍ଟ ଅନୁଯାୟୀ ଆମେରିକାରେ କରୋନା ସଂକ୍ରମଣ ମାମଲା ୫ ପ୍ରତିଶତ କମିଥିବା ବେଳେ ମୃତ୍ୟୁ ୧୪ ପ୍ରତିଶତ କମିଛି। ଦକ୍ଷିଣପୂର୍ବ ଏସିଆ ଏବଂ ଆଫ୍ରିକାରେ କମ୍ ଟିକାକରଣ ସତ୍ତ୍ବେ କୋଭିଡ୍ ମୃତ୍ୟୁ ଏକ ତୃତୀୟାଂଶ କମିଯାଇଛି। ହୁ’ର ୟୁରୋପ୍ ନିର୍ଦ୍ଦେଶକ ଡାକ୍ତର ହନ୍ସ କ୍ଲୁଗେ କହିଛନ୍ତି, ୟୁରୋପ ଏବେ ପୁଣିଥରେ ମହାମାରୀର କେନ୍ଦ୍ର ପାଲଟିଛି। ଯଦି ସଂକ୍ରମଣ ରୋକିବା ପାଇଁ ଅଧିକ ପଦକ୍ଷେପ ଗ୍ରହଣ ନହୁଏ ତେବେ ଫେବ୍ରୁଆରି ସୁଦ୍ଧା ୟୁରୋପରେ ଆଉ ୫ ଲକ୍ଷ ମୃତ୍ୟୁ ହୋଇଥିବ।
The post ୟୁରୋପ୍ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍ ସଂକ୍ରମଣ କମୁଛି first appeared on Sambad.from କରୋନା | Sambad https://ift.tt/3n5Mj4f
0 Comments