ନୂଆଦିଲ୍ଲୀ : ଲାନ୍‌ସେଟ୍‌ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ ଚଳିତବର୍ଷ ଭାରତରେ ଦେଖାଦେଇଥିବା କୋଭିଡ୍‌-୧୯ ଡେଲ୍‌ଟା ଭରିଆଣ୍ଟଜନିତ ସଂକ୍ରମଣ ବିରୋଧରେ କୋଭିସିଲ୍‌ଡ ଟିକା ଫଳପ୍ରଦ ହୋଇଥିଲା। ଜଣେ ପୂର୍ଣ୍ଣ ଟିକାକୃତ ବ୍ୟକ୍ତିଠାରେ ଏହି ଟିକା ୬୩ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ମଧ୍ୟମରୁ ଗୁରୁତର ରୋଗ କ୍ଷେତ୍ରରେ ଏହା ୮୧ ପ୍ରତିଶତ ଫଳପ୍ରଦ ହୋଇଥିଲା। ଏପ୍ରିଲ ଓ ମେ ୨୦୨୧ରେ ଦେଖାଦେଇଥିବା ସାର୍ସ-କୋଭ୍-୨ ସଂକ୍ରମଣରୁ କୋଭିସିଲ୍‌ଡ ଲୋକଙ୍କୁ କେତେ ସୁରକ୍ଷା ଦେଇପାରିଥିଲା ତାହା ଜାଣିବା ପାଇଁ ଟ୍ରାନ୍ସଲେସନାଲ ହେଲ୍‌ଥ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ (ଟିଏଚ୍‌ଏସ୍‌ଟିଆଇ) ଦ୍ବାରା ଉକ୍ତ ଅଧ୍ୟୟନର ପରିଚାଳନା କରାଯାଇଥିଲା। ଭୟଙ୍କର ଡେଲ୍‌ଟା ସଂକ୍ରମଣ ସମୟରେ ବି ଏହି ଟିକା ଲୋକଙ୍କୁ ସୁରକ୍ଷା ଦେଇଥିଲା ବୋଲି ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ସାର୍ସ-କୋଭ୍-୨ ଦ୍ବାରା ସଂକ୍ରମିତ ୨୩୭୯ ମାମଲାର ବିଶ୍ଳେଷଣ କରାଯାଇ ଜଣାପଡ଼ିଛି ଯେ ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ ସମସ୍ୟା ଗୁରୁତର ହୋଇ ନ ଥିଲା ବା ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ି ନ ଥିଲା। ଲାନ୍‌ସେଟ୍ ଇନ୍‌ଫେକ୍ସିୟସ୍ ଡିଜିଜେସ୍ ଜର୍ନାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି।

The post କୋଭିସିଲ୍‌ଡ ଡେଲ୍‌ଟା ଭାରିଆଣ୍ଟ ପାଇଁ ଫଳପ୍ରଦ: ଲାନ୍‌ସେଟ୍‌ ସର୍ଭେ first appeared on Sambad.

from କରୋନା | Sambad https://ift.tt/3xNxO9e