
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬,୬୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୫୫୧ ଦିନରେ ଏହା ସବୁଠାରୁ କମ୍। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩,୪୫,୮୭,୮୨୨ରେ ପହଞ୍ଚିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୧,୦୦,୫୪୩। ୫୪୪ ଦିନରେ ଏହା ସବୁଠାରୁ କମ୍। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୨୯ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରେ ଏହା ସବୁଠାରୁ କମ୍। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୮.୩୫ ପ୍ରତିଶତ ରହିଛି ଏବଂ ଗତ ୨୪ ଘଣ୍ଟାରେ ୧୯୦ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪,୬୮,୯୮୦ରେ ପହଞ୍ଚିଛି। ଲଗାତାର ୫୩ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହୁଥିବାବେଳେ ୧୫୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି। ଦୈନିକ ପଜିଟିଭ୍ ହାର ଏବେ ୦.୬୯ ପ୍ରତିଶତ ଏବଂ ଲଗାତାର ୫୭ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୨ ପ୍ରତିଶତ ତଳେ ରହିଛି। ସାପ୍ତାହିକ ପଜିଟିଭ୍ ହାର ୦.୮୪ ପ୍ରତିଶତ। ଲଗାତାର ୧୬ ଦିନ ଧରି ସାପ୍ତାହିକ ପଜିଟିଭ୍ ହାର ୧ ପ୍ରତିଶତ ତଳେ ରହିଛି। ଇତି ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୧୩୭ କୋଟି ଟିକା ଡୋଜ୍ ଦିଆଯାଇଛି। ଦେଶରେ ଏଯାବତ ୧୨୩.୨୫ କୋଟି ଟିକାକରଣ ହୋଇଛି।
The post ଦେଶରେ ୫୫୧ ଦିନରେ ସବୁଠୁ କମ୍ ସଂକ୍ରମଣ first appeared on Sambad.ରୁଷରେ ୨୩,୬୪୮ ନୂଆ ସଂକ୍ରମଣ
ଋଷ : ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ରେ ୩୨,୬୪୮ଟି ନୂତନ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅକ୍ଟୋବର ୧୫ ପରଠାରୁ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ସୂଚନା ମିଳିଛି। ଏଥିସହ ଦେଶରେ ମୋଟ ମାମଲା ୯,୬୩୬,୮୮୧ରେ ପହଞ୍ଚିଥିବା ବେଳେ କୋଭିଡ ମାମଲାର ଅଭିବୃଦ୍ଧି ହାର ୦.୩୪% ରହିଛି। ଗତକାଲି ମସ୍କୋରେ ୨୨୧୫ ମାମଲା ଚିହ୍ନଟ ହୋଇଥିବା ବେଳେ, ସେଣ୍ଟ୍ ପିଟର୍ସ୍ବର୍ଗ୍ରେ ୨୧୦୩ଟି, ସମାରା ଅଞ୍ଚଳରେ ୯୦୮ଟି, ଭୋରୋନେଜ୍ ଅଞ୍ଚଳରେ ୭୪୨ଟି ଏବଂ ନିଜ୍ନି ନୋଭ୍ଗୋରୋଡ୍ ଅଞ୍ଚଳରେ ୭୧୬ ମାମଲା ସାମ୍ନାକୁ ଆସିଛି। ରୁଷରେ ବର୍ତ୍ତମାନ ୧,୦୩୨,୪୩୫ ସକ୍ରିୟ ମାମଲା ରହିଛି ଏବଂ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ କୋଭିଡ୍ରେ ପ୍ରାଣ ହରାଉଛନ୍ତି।
from କରୋନା | Sambad https://ift.tt/3d74sJm
0 Comments