ନୂଆଦିଲ୍ଲୀ: ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ‘କୋଭାକ୍ସିନ୍‌’ ଟିକାକୁ ଅନୁମୋଦନ ଦେବା ଲାଗି ‘ଭାରତ ବାୟୋଟେକ୍‌’ର ଆମେରିକୀୟ ଅଂଶୀଦାର ‘ଓକ୍ୟୁଜେନ୍‌’ ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’କୁ (ଏଫ୍‌ଡିଏ) ଅନୁରୋଧ କରିଛି।

କୋଭିଡ୍‌-୧୯ ଟିକା ନିମନ୍ତେ ‘ଭାରତ ବ‌ାୟୋଟେକ୍‌’ର ନୈଦାନିକ ମୁଖ୍ୟ ଡାକ୍ତର ରାଚେସ୍‌ ଇଲା ଟୁଇଟ୍‌ କରି ଲେଖିଛନ୍ତି, ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଅନୁମୋଦନ କରିବା ଲାଗି ଆମ ଅଂଶୀଦାରଙ୍କ ମାଧ୍ୟମରେ ‘ଏଫ୍‌ଡିଏ’କୁ ଅନୁରୋଧ କରାଯାଇଥିବା ‌କଥା ଘୋଷଣା କରି ଆନନ୍ଦିତ।

Image Courtesy of Tribune India

‘ଓକ୍ୟୁଜେନ୍‌’ ମଧ୍ୟ ଟୁଇଟ୍‌ କରି ଲେଖିଛି: ଯୁକ୍ତରାଷ୍ଟ୍ର ଆମେରିକାରେ, ୨ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ କ୍ଷେତ୍ରରେ ପରୀକ୍ଷାମୂଳକ ଭାବେ କୋଭିଡ୍‌-୧୯ ଟିକାର (କୋଭାକ୍ସିନ୍‌) ଜରୁରୀକାଳୀନ ପ୍ରୟୋଗ ନିମନ୍ତେ ଆମେ ‘ୟୁଏସ୍‌ ଏଫ୍‌ଡିଏ’କୁ ନିବେଦନ କରିଛୁ। ଏହି ଟିକା ୧୭ରୁ ଅଧିକ ଦେଶରେ ଜରୁରୀକାଳୀନ କ୍ଷେତ୍ରରେ ପ୍ରୟୋଗ କରାଯାଉଛି।

ସୂଚନାଯୋଗ୍ୟ, କୋରୋନାଭାଇରସ୍‌ ସଂକ୍ରମଣ ପ୍ରତିହତ କରିବା କ୍ଷେତ୍ରରେ ଟିକାକରଣ ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

The post ଆମେରିକାରେ ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ‘କୋଭାକ୍ସିନ୍‌’କୁ ଅନୁମୋଦନ ଦେବା ଲାଗି ‘ଭାରତ ବାୟୋଟେକ୍‌’ ଅଂଶୀଦାରଙ୍କ ଅନୁରୋଧ first appeared on Sambad.

from କରୋନା | Sambad https://ift.tt/3ENThB5