ଭୁବନେଶ୍ୱର: ରାଜ୍ୟରେ ଆଜି ୪୨୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୮୫୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୨୩, ବାଲେଶ୍ୱରରୁ ୧୨, ଜଗତସିଂହପୁର, ଯାଜପୁର, ରାୟଗଡ଼ାରୁ ୧୧ ଜଣ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ, ପୁରୀରୁ ୧୦-୧୦ ଜଣ ଓ ନୂଆପଡ଼ାରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଜପତି, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ବରଗଡ଼ରୁ ୫, ଭଦ୍ରକରୁ ୪, ଦେବଗଡ଼, ଗଂଜାମ, କଳାହାଣ୍ଡି, କୋରାପୁଟରୁ ୩-୩ ଜଣ, କେନ୍ଦ୍ରାପଡ଼ା, କେନ୍ଦୁଝରରୁ ଜଣ ଲେଖାଏଁ, ମାଲକାନଗିରି, ନବରଂଗପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୨୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪ first appeared on Sambad.

from କରୋନା | Sambad https://ift.tt/3bKqLUq