
ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମୁଛି, ଯାହା ଏକ ଆଶ୍ୱସ୍ତିର ବିଷୟ। ପଡ଼ୋଶୀ ଦେଶରେ ଯେହେତୁ ପୁଣି କିଛିଟା ସଂକ୍ରମଣ ବଢୁଛି, ଆମେ ସଜାଗ ଓ କୋଭିଡ ଗାଇଡଲାଇନ ମାନିବା ଉଚିତ। ବର୍ତ୍ତମାନ ଯେଉଁଭଳି ଭବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ। ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି।
କିଛି ଦେଶରେ ସଂକ୍ରମଣ ବଢୁଛି, ଯାହା ଚିନ୍ତାଜନକ କିନ୍ତୁ ଚୀନରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ ସଂକ୍ରମଣ ହୋଇଥିଲା। ଆମେ କିପରି ଆଗାମୀ ଦିନରେ ସଂକ୍ରମଣ ବଢିବା ଦିଗରେ କିଛି ଯଦି ସେପରି ଜଣାପଡ଼େ ତେବେ ତାକୁ କିପରି ଆମେ ପ୍ରତିହତ କରିବା, କୋଭିଡର ନିୟମାବଳୀ ପାଳନ କରିବା। କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି। ଜନସାଧାରଣ ସେସବୁକୁ ବୁଝିପାରିଛନ୍ତି। ତେଣୁ ଆଗାମୀ ଦିନରେ ସେ ସବୁକୁ ଆମେ ଜାରି ରହିଲେ ସଂକ୍ରମଣ ଭୟ ରହିବ ନାହିଁ। ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ। ପାଖାପାଖି ୭୩ ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ବଢିଛି ଓ ଦୈନିକ ପାଖାପାଖି ୭୦ ହଜାର ଟେଷ୍ଟିଙ୍ଗ କରାଯାଉଛି। ସେହି ଅନୁସାରେ ଏବେ କାର୍ଯ୍ୟ ଜାରି ରହିଛି।
ସ୍କୁଲ ଖୋଲାଯିବା ସଂପର୍କରେ ସ୍ୱାସ୍ଥ୍ୟସେବା ନିର୍ଦେଶକ କହିଛନ୍ତି, ପିଲାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ। ସବୁ ନିୟମ ମାନି ସ୍କୁଲ୍ ଖୋଲାଯାଇପାରେ। ପିଲାମାନଙ୍କ ଜେନେରାଲ ଇମ୍ୟୁନିଟି ଅଲଗା ଯେଉଁଥିପାଇଁ ଶିଶୁଙ୍କ ଉପରେ ସେତେ ବାହ୍ୟ ପ୍ରଭାବ ରହେ ନାହିଁ। ସ୍କୁଲ ଖୋଲିବା ଦରକାର କିନ୍ତୁ ନିଜେ ନିଜ ହିସାବରେ ସଚେତନ ରହିବା ଦରକାର। ଶିକ୍ଷକମାନେ ସ୍ଥିତି ତଦାରଖ କରିବା ସହ ଅଭିଭାବକ ମଧ୍ୟ ଦାୟିତ୍ୱବାନ ହେବା ଉଚିତ। ତା’ଛଡ଼ା ଶିଶୁମାନେ ନିଜେ ସଚେତନ ରହିବା ଦରକାର। ବାକି ଶିଶୁମାନଙ୍କ ଟିକାକାରଣ ପ୍ରକ୍ରିୟା ଉଚ୍ଚସ୍ତରରେ ଅଛି। ଆମର ସବୁ ପ୍ରକାରର ବ୍ୟବସ୍ଥା ଲାଗି ପ୍ରସ୍ତୁତ ଅଛୁ। ନିର୍ଦେଶ ଆସିଲେ ଆମେ ଶିଶୁଙ୍କ ଟିକାକାରଣକୁ ମଧ୍ୟ ଯଥାଶୀଘ୍ର କରିବୁ।
The post ରାଜ୍ୟରେ କରୋନା ସଂକ୍ରମଣ କମୁଛି, ନିୟମ ମାନି ସ୍କୁଲ୍ ଖୋଲାଯାଇପାରେ: ସ୍ୱାସ୍ଥ୍ୟସେବା ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/2ZXDJLM
0 Comments