ଲଣ୍ଡନ୍‌: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବାର ମାତ୍ର ଅଳ୍ପ କେତେ ଦିନ ପରେ ଅଧିକ ସଂକ୍ରମଣଶୀଳ ବୋଲି ଆଶଙ୍କା କରାଯାଉଥିବା ନୂଆ କରୋନାଭାଇରସ୍‌ ଭେରିଏଣ୍ଟ୍‌ ଓମିକ୍ରନ୍‌ ଅଧିକ ୟୁରୋପୀୟ ଦେଶରେ ସଂକ୍ରମିତ ହେବାରୁ ବିଶ୍ବର ବିଭିନ୍ନ ଦେଶ ଗମନାଗମନ ଉପରେ କଟକଣା ଜାରି କରିଛନ୍ତି।

ଇଂଲଣ୍ଡ୍‌ରେ ଦୁଇଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମାସ୍କ୍‌ ପରିଧାନ ଏବଂ ବିଦେଶାଗତ ଯାତ୍ରୀଙ୍କ ନମୁନା ପରୀକ୍ଷଣ ଉପରେ ଗୁରୁତ୍ବ ଦେବାକୁ ଶନିବାର ଦିନ ଇଂଲଣ୍ଡ୍‌ ନିୟମାବଳୀ ଜାରି କରିଛି। ଶନିବାର ଦିନ ଜର୍ମାନି ଏବଂ ଇଟାଲିରେ ମଧ୍ୟ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ କରାଯାଇଛି। ସେହିପରି, ବେଲ୍‌ଜିୟମ୍‌, ଇଜ୍ରାଏଲ୍‌ ଏବଂ ହଙ୍ଗ୍‌କଙ୍ଗ୍‌ ଗସ୍ତରେ ଯାଇଥିବା ଯାତ୍ରୀମାନଙ୍କ ଠାରେ ବି ଓମିକ୍ରନ୍‌ ଚିହ୍ନଟ ହୋଇଥିବା ରିପୋର୍ଟ ମିଳିଛି।

Image Courtesy of Time.com

ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ ସଂକ୍ରମଣଶୀଳ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚି ‘ଏନ୍‌ବିସି’ ଟେଲିଭିଜନ୍‌ରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାକୁ ଯଦି ଓମିକ୍ରନ୍‌ ଚାଲି ଆସିଥିବ, ସେଥିରେ ମୁଁ ଆଚମ୍ବିତ ହେବିନାହିଁ। ଅବଶ୍ୟ ଏଠାରେ ସେ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇନାହିଁ। କିନ୍ତୁ, ସେ ଭୂତାଣୁ ଯଦି ଏତେ ମାତ୍ରାରେ ସଂକ୍ରମଣଶୀଳ, ତେବେ ତାହା ଅନାୟାସରେ ସର୍ବତ୍ର ଯାଇପାରିବ।

ଜର୍ମାନିର ମ୍ୟୁନିଚ୍‌ସ୍ଥିତ ମାଇକ୍ରୋବାୟୋଲୋଜି ସେଣ୍ଟ୍‌ ‘ମ୍ୟାକ୍ସ୍‌ ଭନ୍‌ ପିଟିନ୍‌କୋଫର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ କହିଛି, ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରୁ ବିମାନଯୋଗେ ଆସିଥିବା ଦୁଇଜଣ ଯାତ୍ରୀଙ୍କ ଠାରେ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ ‌ହୋଇଛି। କିନ୍ତୁ, ଉକ୍ତ ଭୂତାଣୁର ଗୁଣସୂତ୍ର-କ୍ରମ ଶେଷ ହୋଇନାହିଁ।

The post ଓମିକ୍ରନ୍‌ ଅଧିକ ଦେଶକୁ ବ୍ୟାପିବାରୁ ଗମନାଗମନ ଉପରେ କଟକଣା ଜାରି first appeared on Sambad.

from କରୋନା | Sambad https://ift.tt/3FU5Xa5