ବେଙ୍ଗାଲୁରୁ: କର୍ଣ୍ଣାଟକର ଧର୍‌ୱାଡ୍‌ସ୍ଥିତ ‘ଏସ୍‌ଡିଏମ୍‌ କଲେଜ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ରେ ଅଧିକ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ବାହାରିବାରୁ କ୍ୟାମ୍ପସ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦୬ରେ ପହଞ୍ଚିଛି।

କଲେଜ୍‌ ପରିସରରେ ଥିବା ଦୁଇଟି ହଷ୍ଟେଲ୍‌କୁ ସିଲ୍‌ କରିଦିଆଯାଇଛି। ସଂକ୍ରମିତ ଶିକ୍ଷାର୍ଥୀମାନେ ସେମାନଙ୍କ ହଷ୍ଟେଲ୍‌ କୋଠରିରେ ରହି ଚିକିତ୍ସିତ ହେଉଛନ୍ତି। କ୍ୟାମ୍ପସ୍‌ରେ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ଏବଂ ସଂକ୍ରମଣ ବିସ୍ତାର ରୋକିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।

Image Courtesy of News Track

ଏଯାବତ୍‌ କଲେଜ୍‌ କ୍ୟାମ୍ପସ୍‌ ବାହାରେ ଏବଂ ଚତୁର୍ପାଶ୍ବସ୍ଥ ଅଞ୍ଚଳରେ କେହି ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନାହିଁ। ଲକ୍ଷଣ ଦେଖାଦେବା ମାତ୍ରେ ନିକଟବର୍ତ୍ତୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ତୁରନ୍ତ ନମୁନା ପରୀକ୍ଷା କରାଇ ନେବାକୁ ଜିଲ୍ଲା କମିସନର୍‌ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ସମସ୍ତେ ସତର୍କତା ଅବଲମ୍ବନ କରିବା ସହ କୋଭିଡ୍‌ ମାର୍ଗଦର୍ଶିକା ମାନିବା ଉଚିତ।

ତେଣେ, ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ବିଷୟରେ ଆଲୋଚନା କରିବା ଲାଗି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଶନିବାର ଦିନ ସ୍ବାସ୍ଥ୍ୟ ଏବଂ ବିପର୍ଯ୍ୟୟ ବିଭାଗର ବିଶେଷଜ୍ଞମାନଙ୍କର ବୈଠକ ଡାକିଥିଲେ।

The post କର୍ଣ୍ଣାଟକର ‘ଏସ୍‌ଡିଏମ୍‌’ କଲେଜରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩୦୬ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3cXsg25