
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କୋଭିଡ୍ର ଆଜି ପର୍ଯ୍ୟନ୍ତ ସବୁଠାରୁ ବିପଜ୍ଜନକ ପ୍ରଜାତି ‘ଓମିକ୍ରନ୍’କୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଏହି ପ୍ରଜାତିକୁ ଉଦ୍ବେଗଜନକ ଶ୍ରେଣୀରେ ସାମିଲ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ସତର୍କତା ବଢ଼ାଇ ଦିଆଯାଇଛି ଏବଂ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବେ ଦିଲ୍ଲୀ ସରକାର ମଧ୍ୟ ଓମିକ୍ରନ୍କୁ ନେଇ ହସ୍ପିଟାଲଗୁଡ଼ିକ ନିମନ୍ତେ କେତେକ ଜରୁରୀ ନିର୍ଦ୍ଦେଶ ଜାରି କରିଛି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଆଜି ଦିଲ୍ଲୀ ମୁଖ୍ୟ ସଚିବ, ପୁଲିସ କମିସନର ଏବଂ ଅନ୍ୟ ସମ୍ବନ୍ଧିତ ବରିଷ୍ଠ ଅଧିକାରୀଙ୍କ ସହ ନୂଆ ପ୍ରଜାତିର ମୁକାବିଲା ପାଇଁ ସତର୍କତା ପଦକ୍ଷେପ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ଅଚାନକ ସଂକ୍ରମଣ ବ୍ୟପିଲେ ଯେଉଁ ସ୍ଥିତି ଉପୁଜିବ ତାହାର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।
The post ‘ଓମିକ୍ରନ୍’ କୋଭିଡ୍ ପ୍ରଜାତି ନେଇ ଦିଲ୍ଲୀ ହସ୍ପିଟାଲରେ ହାଇଆଲର୍ଟ first appeared on Sambad.from କରୋନା | Sambad https://ift.tt/3HWVhcB
0 Comments