ଝାରସୁଗୁଡା: ସଂପ୍ରତି ଦକ୍ଷିଣ ଆପ୍ରିକା ଓ ଅନ୍ୟ କିଛି ଦେଶରେ କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ  ପ୍ରଭାବଶାଳୀ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ଆଜି ଝାରସୁଗୁଡ଼ା ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ପାଇଁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସତର୍କ ଅଛନ୍ତି।

ଦକ୍ଷିଣ ଆଫ୍ରିକା ଓ ଅନ୍ୟଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବାକୁ ନିର୍ଦ୍ଦଶ ଦିଆଯାଇଛି। ଏହି ସ୍ଥାନରୁ ଆସୁଥିବା ଯାତ୍ରୀ ମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବ ଓ କ୍ବାରାଣ୍ଟିନ୍‌ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଠାରୁ ଆସୁଥିବା ଯାତ୍ରୀଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଏ ତେବେ ତାଙ୍କୁ ଚିକତ୍ସା ପାଇଁ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ପ୍ରଦାନ କରାଯିବ । ବିମାନ ବନ୍ଦର ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

The post ଦକ୍ଷିଣ ଆପ୍ରିକା ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି: ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/3lgk9Ch