
ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚ୍ଓ) କୋଭିଡ୍-୧୯ର ନୂତନ ଭାରିଆଣ୍ଟ ଓମିକ୍ରନ୍କୁ ଉଦ୍ବେଗଜନକ ବର୍ଗ (ଭିଏସି)ରେ ରଖିବା ପରେ ଗୋଟିକ ପରେ ଗୋଟିଏ ପାଶ୍ଚାତ୍ୟ ଦେଶ ଆଫ୍ରିକାରୁ ଆସୁଥିବା ଲୋକଙ୍କ ପାଇଁ ନିଜ ଦେଶର ସୀମା ବନ୍ଦ କରିଦେଉଛନ୍ତି। ଏହାର ପ୍ରତିବାଦ କରି ଆଫ୍ରିକା କହିଛି ଯେ ନୂତନ ପ୍ରଜାତିକୁ ଶୀଘ୍ର ଚିହ୍ନଟ କରିବାର କ୍ଷମତା ଯୋଗୁ ଦଣ୍ଡ ମିଳୁଛି। ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ଶନିବାର ପାଶ୍ଚାତ୍ୟ ଦେଶଗୁଡ଼ିକର ବ୍ୟବହାରରେ କ୍ଷୋଭ ପ୍ରକାଶ କରିଛନ୍ତି। ଆଫ୍ରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଦେଖାଯିବାର କାରଣ ଭାବେ ସ୍ବଳ୍ପ ଟିକାକରଣକୁ ସେମାନେ ଦାୟୀ କରିଛନ୍ତି। ଏଥିପାଇଁ ମଧ୍ୟ ସେମାନେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦୋଷ ଦେଇଛନ୍ତି। କାରଣ ପାଶ୍ଚାତ୍ୟ ଧନୀ ଦେଶଗୁଡ଼ିକ ପ୍ରଥମେ ନିଜର ସ୍ବାର୍ଥ ଦେଖିଲେ। ସବୁ ଟିକା ନିଜ ଦେଶକୁ ବୁହାଇ ନେଲେ। ଗରିବ ଦେଶଗୁଡ଼ିକୁ ଟିକା ଯୋଗାଣରେ ସହାୟତା କଲେ ନାହିଁ। ଫଳରେ ଟିକାକରଣରେ ଅସମାନତା କାରଣରୁ କମ୍ ଟିକା ନେଇଥିବା ଆଫ୍ରିକୀୟ ଦେଶରେ କୋଭିଡ୍-୧୯ର ନୂତନ ଭାରିଆଣ୍ଟର ଉଦ୍ଭବ ହେଲା। ଏଥିପାଇଁ ସେମାନେ ଦାୟୀ କି?
ନୂତନ ଭାରିଆଣ୍ଟ ଓମିକ୍ରନ୍ ପ୍ରଥମେ ବଟ୍ସ୍ବାନାରେ ଚହ୍ନଟ ହୋଇଥିଲା। ଏହାପରେ ଆଫ୍ରିକାରେ ଏହାର ସଂକ୍ରମଣ ବ୍ୟାପକ ହେବା ଏବଂ ଡବ୍ଲୁଏଚ୍ଓ ଏହାକୁ ଉଦ୍ବେଗଜନକ ବର୍ଗରେ ରଖିବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସୀମା ବନ୍ଦ କରି ଗରିବ ଆଫ୍ରିକୀୟ ଦେଶଗୁଡ଼ିକୁ ଦଣ୍ଡ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
The post ଟିକାକରଣରେ ଅସମତା ଯୋଗୁଁ ଓମିକ୍ରନ୍ର ଉଦ୍ଭବ, ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦାୟୀ କଲେ ବିଶେଷଜ୍ଞ first appeared on Sambad.from କରୋନା | Sambad https://ift.tt/3D1baLv
0 Comments