
ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୧ ଜଣ ଆକ୍ରାନ୍ତ କରୋନା ଭାଇରସ୍ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୮୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଂଜରୁ ୧୩, ବାଲେଶ୍ୱରରୁ ୬, ବରଗଡ଼, ଯାଜପୁରରୁ ୫-୫, ସୁନ୍ଦରଗଡ଼ରୁ ୪, ଭଦ୍ରକ, ଗଂଜାମ, କେନ୍ଦ୍ରାପଡ଼ା, କୋରାପୁଟରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, ନୟାଗଡ଼, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୨୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨ first appeared on Sambad.from କରୋନା | Sambad https://ift.tt/3EgfJmJ
0 Comments