ନୂଆଦିଲ୍ଲୀ: ଆକ୍ରମଣାତ୍ମକ ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ‘ଓମିକ୍ରନ୍‌’ର ଲକ୍ଷଣ ଅସ୍ବାଭାବିକ ହେଲେ ବି ଖୁବ୍‌ ସାମାନ୍ୟ ବୋଲି ସମଗ୍ର ଦକ୍ଷିଣ ଆଫ୍ରିକାରେ ଥିବା ହସ୍ପିଟାଲ୍‌ ଓ ‘ଜିପି’ ସବୁ କହୁଛନ୍ତି ବୋଲି ଏ ସପ୍ତାହନ୍ତରେ କେତେକ ଗଣମାଧ୍ୟମ କହିଛନ୍ତି।

ସମ୍ପ୍ରତି ଜୋହନେସ୍‌ବର୍ଗରେ ପ୍ରାୟ ୯୦% ନୂତନ ସଂକ୍ରମଣର କାରଣ ‘ଓମିକ୍ରନ୍‌ ଷ୍ଟ୍ରେନ୍‌’, କିନ୍ତୁ ଏପର୍ଯ୍ୟନ୍ତ କ‌ୋଭିଡ୍‌ ମୃତ୍ୟୁ ହାର ଏବଂ ଡାକ୍ତରଖାନାରେ ସଂକ୍ରମିତଙ୍କ ଭର୍ତ୍ତି ହାର ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଇନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।

ସେଥିପାଇଁ କେତେକ ବିଶେଷଜ୍ଞ ସତର୍କତାର ସହ ସକାରାତ୍ମକ ହୋଇ କହିଛନ୍ତି ଯେ, ଯଦି ‘ଓମିକ୍ରନ୍‌’ ସ୍ବଳ୍ପ ମାରାତ୍ମକ କିନ୍ତୁ, ଅଧିକ ସଂକ୍ରାମକ ଏବଂ ‘ଡେଲ୍‌ଟା ଭେରିଏଣ୍ଟ୍‌’ ଠାରୁ ଅଧିକ ଆଧିପତ୍ୟ ଜାହିରକାରୀ ହୋଇଥିବ ତେବେ ତାହାକୁ ସୁଫଳଦାୟୀ ଦୁର୍ଭାଗ୍ୟ ବୋଲି ବିବେଚନା କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍‌’ଦ୍ବାରା ସଂକ୍ରମିତ ଅନେକ ବ୍ୟକ୍ତିଙ୍କ ଠାରେ, ବାନ୍ତିଭାବ, ମୁଣ୍ଡବିନ୍ଧା, କ୍ଳାନ୍ତି ଏବଂ ପଲ୍ସ୍‌ ରେଟ୍‌ ଅଧିକ ରହୁଛି। କିନ୍ତୁ, କାହାରି ଠାରେ, ଅନ୍ୟ କୋଭିଡ୍‌ ମ୍ୟୁଟେସନ୍‌ ଆକ୍ରାନ୍ତଙ୍କ ପରି ସ୍ବାଦ କିଂବା ଗନ୍ଧ ବାରିବା କ୍ଷତମା ହ୍ରାସ ପାଇନାହିଁ।

The post ସୁଫଳଦାୟକ ଦୁର୍ଭାଗ୍ୟ: ମାରାତ୍ମକ ‘ଡେଲ୍‌ଟା ଭେରିଏଣ୍ଟ୍‌’କୁ ନିପାତ କରିପାରିଲେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌ ବିଶ୍ବ ପାଇଁ ମଙ୍ଗଳଦାୟକ ହୋଇପାରେ first appeared on Sambad.

from କରୋନା | Sambad https://ift.tt/3G0y33p