ଲଣ୍ଡନ୍‌: ଓମିକ୍ରନ୍‌ ସଂକ୍ରମଣରୁ ସୃଷ୍ଟ ସାଙ୍ଘାତିକ ରୋଗକୁ ଟିକା ସବୁ ପ୍ରତିରୋଧ କରିପାରିବେ ନାହିଁ ବୋଲି କହିବାକୁ କୌଣସି ପ୍ରମାଣ ନାହିଁ, ତଥାପି ଆବଶ୍ୟକ ସ୍ଥଳେ ‘ଆଷ୍ଟ୍ରଜେନିକା’ ସହ ମିଶି ତୁରନ୍ତ ଆହୁରି ଉନ୍ନତ ଟିକା ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଆଜି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କହିଛି।

ସେହିପରି, ଓମିକ୍ରନ୍‌ ଭେରିଏଣ୍ଟ୍‌ ‌କ୍ଷେତ୍ରରେ ବି କୋଭିଡ୍‌-୧୯ ଟିକା ଫଳପ୍ରଦ କହି ଆଜି ‘ମଡର୍ଣ୍ଣା’ ଟିକା ପ୍ରସ୍ତୁତ କରୁଥିବା କମ୍ପାନିର ମୁଖ୍ୟ ବିଶ୍ବ ବଜାରରେ ଚହଳ ପକାଇ ଦେଇଛନ୍ତି।

Image Courtesy of The Times of India

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କହିଛି ଯେ, ଏଯାବତ୍‌ ଓମିକ୍ରନ୍‌ ସମ୍ପର୍କରେ ସୀମିତ ତଥ୍ୟ ଆସିଛି। ଏହି ଭେରିଏଣ୍ଟ୍‌ ଉପରେ ଟିକାର ପ୍ରଭାବକୁ ସଯତ୍ନ ପରୀକ୍ଷା କରାଯିବ। ଗତ ସପ୍ତାହରେ ଆଷ୍ଟ୍ରାଜେନିକା ମଧ୍ୟ ଏକଥା କହିଥିଲା।

ଗତବର୍ଷ ନୂଆ ଭେରିଏଣ୍ଟ୍‌ ସବୁ ଦେଖା ଦେଇଥିଲେ ବି, ସାଙ୍ଘାତିକ ରୋଗ ବିପକ୍ଷରେ ଟିକା ସବୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଓମିକ୍ରନ୍‌ ଯେ ଭିନ୍ନ ତା’ର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ବୋଲି ବିବୃତି ଦେଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କହିଛି। କିନ୍ତୁ, ଯଦି ଦରକାର ହୁଏ, ଆହୁରି ଉନ୍ନତ କୋଭିଡ୍‌-୧୯ ଟିକା ପ୍ରସ୍ତୁତ କରିବା ଲାଗି ଆମ ନିକଟରେ ଆବଶ୍ୟକ ଉପକରଣ ଓ ପ୍ରକ୍ରିୟା ରହିଛି।

The post ଓମିକ୍ରନ୍‌ରୁ ଟିକା ସୁରକ୍ଷା ଦେଇପାରିବନି ବୋଲି କହିବାକୁ ପ୍ରମାଣ ନାହିଁ: ଅକ୍ସ୍‌ଫୋର୍ଡ ବିଶ୍ବବିଦ୍ୟାଳୟ first appeared on Sambad.

from କରୋନା | Sambad https://ift.tt/3o7jsgz