
ବେଜିଙ୍ଗ୍: ଚୀନ୍ର ରାଜଧାନୀ ଅନ୍ତର୍ଗତ କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ବେଜିଙ୍ଗ୍ କର୍ତ୍ତୃପକ୍ଷମାନେ ଗୋଟାଏ ମଲ୍କୁ ସିଲ୍ କରିବା ସହ କେତେକ ଆବାସିକ ପରିସରରେ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି।
‘ସ୍ନାପ୍ (ପୃଥକ୍) ଲକ୍ଡାଉନ୍’, ବ୍ୟାପକ ପରୀକ୍ଷା ଏବଂ ଗମନାଗମନ କଟକଣା ଜରିଆରେ ଚୀନ୍ କରୋନାଭାଇରସ୍ର ବ୍ୟାପକ ସଂକ୍ରମଣ ପ୍ରତିରୋଧ କରିବାରେ ବିଶେଷ ସଫଳ ହୋଇଥିଲା। କିନ୍ତୁ, ଗତମାସରେ ଦେଶ ମଧ୍ୟରେ ଲୋକମାନଙ୍କର ଗମନାଗମନ ବୃଦ୍ଧି କାରଣରୁ ପୁନର୍ବାର ‘କୋଭିଡ୍ ସଂକ୍ରମଣ’ ବଢୁଥିବାରୁ ସରକାରୀ କର୍ତ୍ତୃପକ୍ଷମାନେ ‘ହାଇଆଲର୍ଟ’ରେ ରହିଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଗୁରୁବାର ସକାଳେ ବେଜିଙ୍ଗ୍ର କେନ୍ଦ୍ରୀୟ ଜିଲ୍ଲା ଚାଓୟାଙ୍ଗ୍ ଏବଂ ହାଇଦିଆନ୍ରେ ୬ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ସମ୍ପୃକ୍ତ ସଂକ୍ରମିତଙ୍କ ସହ ନିବିଡ଼ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଉତ୍ତରପୂର୍ବ ଜିଲିନ୍ ପ୍ରଦେଶରେ ଅଛନ୍ତି।
ଜଣେ ସଂକ୍ରମିତଙ୍କ ନିବିଡ଼ ସଂସ୍ପର୍ଶରେ ଆସିଥିବା କୌଣସି ଜଣେ ବ୍ୟକ୍ତି ରାଜଧାନୀର କେନ୍ଦ୍ରୀୟ ଜିଲ୍ଲା ଡୋଙ୍ଗ୍ଚେଙ୍ଗ୍ରେ ଅବସ୍ଥିତ ‘ରାଫେଲ୍ ସିଟି ମଲ୍’କୁ ଯାଇଥିବା କାରଣରୁ ବୁଧବାର ସନ୍ଧ୍ୟାରେ ସେ ମଲ୍କୁ ସିଲ୍ କରିଦିଆଯାଇଛି ବୋଲି ‘ବେଜିଙ୍ଗ୍ ୟୋଥ୍ ଡେଲି’ ରିପୋର୍ଟ କରିଛି।
ମଲ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିଛି ଏବଂ ନମୁନା ପରୀକ୍ଷା ଫଳାଫଳ ନ ଆସିବା ପର୍ଯ୍ୟନ୍ତ ମଲ୍ର କର୍ମଚାରୀ ଓ ଗ୍ରାହକମାନଙ୍କୁ ସେଠାରୁ ବାହାରକୁ ଛଡ଼ାଯାଉନାହିଁ।
The post କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମଲ୍ ଏବଂ ହାଉସିଙ୍ଗ୍ ପରିସର ସିଲ୍ କରୁଛି ବେଜିଙ୍ଗ୍ first appeared on Sambad.from କରୋନା | Sambad https://ift.tt/3ojyFKp
0 Comments