ଭୁବନେଶ୍ବର: ନୂତନ ଡିଏମଇଟି ଭାବେ ଦାୟିତ୍ୱ ନେବା ପରେ ଡାକ୍ତର ରମାରମଣ ମହାନ୍ତି ରାଜ୍ୟରେ କରୋନା ସଂକ୍ରମଣ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର କରୋନା ସଂକ୍ରମଣ ଟିକେ ବୃଦ୍ଧି ହୋଇଛି। ପର୍ଵପର୍ବାଣୀ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ନୂଆବର୍ଷ ପର୍ଯ୍ୟନ୍ତ ଆମେ ଟିକେ ସଜାଗ ରହିବା ଦରକାର। ୨୦୨୨ ନୂଆବର୍ଷ ପରେ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସିବ।
ଡାକ୍ତର ରମାରମଣ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ସ୍କୁଲ ଖୋଲିବା ଦରକାର। ସ୍କୁଲ ଖୋଲିଲେ କିଛି ଅସୁବିଧା ହେବନି। କିନ୍ତୁ ନିୟମ ପାଳନ କରି ସ୍କୁଲ ଖୋଲିବା ଦରକାର।

The post ନୂଆବର୍ଷ ପର୍ଯ୍ୟନ୍ତ ସଜାଗ ରହିବାକୁ ପରାମର୍ଶ ଦେଲେ ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3GzfCUN