ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ଟିକାକରଣ ସମ୍ବନ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ‘ଭାରତ ବାୟୋଟେକ୍‌’ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’କୁ ଅନ୍ତର୍ଭୁକ୍ତ କରିଛନ୍ତି। ତେଣୁ, ‘କୋଭାକ୍ସିନ୍‌’ ନେଇଥିବା ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ।

ଗତ ମାସରେ ଭ୍ରମଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘କୋଭାକ୍ସିନ୍‌’କୁ ଅନୁମୋଦନ ଦେଇଥିଲା। ଅଷ୍ଟ୍ରେଲୀୟ ‘ଫାର୍ମା ରେଗୁଲେଟର୍‌’ ‘ଦି ଥେରାପ୍ୟୁଟିକ୍‌ ଗୁଡ୍‌ସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ଟିଜିଏ) ଉକ୍ତ ତାଲିକାରେ ‘ସାଇନୋଫାର୍ମ’ର ‘ବିବିଆଇବିପି-କୋର୍ଭଭି’ ଅନ୍ତର୍ଭୁକ୍ତ କରିଛି। ‘କୋଭିସିଲ୍‌ଡ୍‌’ ନେଇଥିବା ୧୨ ବର୍ଷରୁ ଊର୍ଦ୍ଧ୍ୱ ଏବଂ ନେଇଥିବା ‘ବିବିଆଇବିପି-କୋର୍ଭଭି’ ୧୮ ରୁ ୬୦ ବର୍ଷ ବୟସ୍କମାନଙ୍କୁ ଅଷ୍ଟ୍ରେଲିଆ ଭ୍ରମଣ ପାଇଁ ଅନୁମତି ମିଳିବ।

Image Courtesy of NDTV

ଏବେ ମଧ୍ୟ ଟିକା ନ ନେଇଥିବା ପର୍ଯ୍ୟଟମାନେ ଅଷ୍ଟ୍ରେଲିଆରେ ‘କ୍ୱାରେଣ୍ଟିନ୍‌’ କଟକଣାର ସମ୍ମୁଖୀନ ହେଉଛନ୍ତି। ତେଣୁ, ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସେମାନଙ୍କୁ କୋଭିଡ୍‌-୧୯ ପରୀକ୍ଷା ‘ନେଗେଟିଭ୍‌’ ପ୍ରମାଣପତ୍ର ଦାଖଲ କରିବାକୁ ପଡୁଛି।

ଅଷ୍ଟେଲିଆ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ବହୁ ଆନ୍ତର୍ଜାତିକ ଶିକ୍ଷାର୍ଥୀ, କୁଶଳୀ ଓ ଅଣକୁଶଳୀ କର୍ମଜୀବୀମାନେ ଅଷ୍ଟ୍ରେଲିଆ ଫେରି ପାରିବେ।

The post ‘କୋଭାକ୍ସିନ୍‌’ ନେଇଥିବା ବ୍ୟକ୍ତିଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି first appeared on Sambad.

from କରୋନା | Sambad https://ift.tt/3w4Q3WF