ଭୁବନେଶ୍ବର: ଆସନ୍ତାକାଲିଠୁ କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଶାକର୍ମୀମାନେ ଗାଁ ଗାଁରେ କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜିବେ। ଏହାପରେ ଟିକା ନେଇ ନଥିବା ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ ପାଇବ।
ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇ ନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେବା ସହ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସରିବ ବୋଲି କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ, ସେଠି ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି।
The post ଆସନ୍ତାକାଲିଠୁ କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଖୋଜା ଅଭିଯାନ ଆରମ୍ଭ ହେବ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/2Y2tcOT
0 Comments