ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୁରୁବାର ତୁଳନାରେ ଶୁକ୍ରବାର ଦିନ ୫.୨ ପ୍ରତିଶତ ସଂକ୍ରମଣ ମାମଲା କମ୍‌ ରହିଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୩୯,୧୫,୫୬୯ରେ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୨୭୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୦,୧୨୭କୁ ବୃଦ୍ଧି ପାଇଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ପଶ୍ଚିମବଙ୍ଗରୁ ୮୫.୬୭ ପ୍ରତିଶତ ମାମଲା ରହିଛି।

କେରଳରେ ଗତ ୨୪ ଘଣ୍ଟାରେ ୧୨,୨୮୮ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨,୬୮୧, ତାମିଲନାଡ଼ୁରେ ୧୩୯୦, ମିଜୋରାମରେ ୧୦୮୦ ଏବଂ ପଶ୍ଚିମବଙ୍ଗରେ ୭୭୧ ମାମଲା ରହିଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳ ମହାରାଷ୍ଟ୍ରରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୭.୯୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୪,୯୬୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୨,୨୫,୨୨୧ ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୨,୪୦,୨୨୧ ରହିଛି। ଗତ ୨୪ ଘଣ୍ଟାରେ ୫୦,୧୭,୭୫୧ ଟିକା ସହ ମୋଟ୍‌ ଟିକାକରଣ ୯୩,୧୭,୧୭,୧୯୧ରେ ପହଞ୍ଚିଛି।

The post ଦେଶରେ ୨୧ ହଜାରରୁ ଅଧିକ ନୂଆ ସଂକ୍ରମଣ, ୫ ରାଜ୍ୟରେ ୮୫% ମାମଲା first appeared on Sambad.

from କରୋନା | Sambad https://ift.tt/3BpNsZe