
ଭୁବନେଶ୍ବର : କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛି। ଗୁରୁତର ହେବା କାରଣରୁ ଶିଶୁଟିକୁ ୮ଦିନ ପାଇଁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଗତ ୨୯ ତାରିଖରେ ଶିଶୁକୁ ଭେଣ୍ଟିଲେଟର୍ରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ମାତ୍ର ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉଦ୍ୟମ ଓ ଚିକିତ୍ସା ବଳରେ ଶିଶୁଟି ସୁସ୍ଥ ହୋଇପାରିଛି।
ବାଲେଶ୍ବର ନୀଳଗିରି ଅଞ୍ଚଳର ବର୍ଷକର ଶିଶୁ ଅମନ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତି ହେବା ସମୟରେ ପ୍ରବଳ ଜ୍ବର ସହିତ ବାତ ରୋଗ ମଧ୍ୟ ଦେଖାଯାଇଥିଲା। ସେଥିପାଇଁ ଶିଶୁର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ପାଇଁ ଏହା ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ୮ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ପୁଅ ସୁସ୍ଥ ହେବା ପରେ ବାପା ଜୟନ୍ତ ପଟ୍ଟନାୟକ ସମ୍ କୋଭିଡ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି।
The post କୋଭିଡ୍ରୁ ମୁକ୍ତ ହେଲା ବର୍ଷକର ଶିଶୁ, ଭେଣ୍ଟିଲେଟରେ ରହିଥିଲା ୮ଦିନ first appeared on Sambad.from କରୋନା | Sambad https://ift.tt/2YBDUME
0 Comments