ଭୁବନେଶ୍ୱର : ପାର୍ବଣରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ଦୁର୍ଗା ପୂଜା ପୂର୍ବରୁ କିଛି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଥିଲା। ହେଲେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଶନିବାର ୪୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ୫ରୁ ୧୭ ମଧ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଜଣାପଡ଼ୁଛି ଯେ ୧୩ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ଥିବା ବେଳେ ୧୪ତାରିଖରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କେବଳ ଏତିକି ନୁହେଁ, ଚଳିତ ସପ୍ତାହ ଆରମ୍ଭରୁ କରୋନା ମୃତକଙ୍କ ସଂଖ୍ୟା ଉପରମୁହାଁ ଥିଲା। ଦୈନିକ ମୃତ୍ୟୁ ୫ରୁ ୭ମଧ୍ୟରେ ରହୁଥିଲା। ହେଲେ ଏବେ ଏହା ୩କୁ ଖସିଆସିଛି।

ତେବେ ଏବେବି ଖୋର୍ଦ୍ଧା ଜିଲ୍ଲା କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ୟେଲୋ ଜୋନ୍‌ରେ ଅଛି। ଖୋର୍ଦ୍ଧା ଜିଲ୍ଲାରେ ଶନିବାର ୨୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଉପରେ ଥିବ‌ା ବେଳେ ବାକି ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ତଳକୁ ଖସିଆସିଛି। ଆଜି ୧୧ଟି ଜିଲ୍ଲାରେ ଜଣେ ବି ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ୧୧ଟି ଜିଲ୍ଲାରେ ୧୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉପକୂଳ ଓ ଉତ୍ତର ଓଡ଼ିଶାକୁ ଛାଡ଼ି ବାକି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହିଛି।

The post ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି; ପାର୍ବଣ ପୂର୍ବରୁ ବଢ଼ୁଥିଲା ଏବେ କମୁଛି first appeared on Sambad.

from କରୋନା | Sambad https://ift.tt/3pclMDS