କଟକଣା ନ ମାନିଲେ ହଠାତ୍‌ ସଂକ୍ରମଣ ବଢ଼ିପାରେ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଥମି ଯାଇଛି, କିନ୍ତୁ ତୃତୀୟ ଲହରର କୌଣସି ଖରାପ ସମୟ ଆଉ ଆସିବ ନାହିଁ ବୋଲି କହିବା ଠିକ୍‌ ହେବନାହିଁ। ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ. ପଲ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଦେଶରେ ପର୍ବପର୍ବାଣୀ ପାଇଁ ହେଉଥିବା ଗହଳି ଏବଂ ଅନିୟନ୍ତ୍ରିତ ସମାବେଶ ଆଗକୁ ସମସ୍ୟା ବଢ଼ାଇବାର ଆଶଙ୍କା ରହିଛି। ଲୋକେ କରୋନା କଟକଣା ନ ମାନିଲେ ଯେ କୌଣସି ସମୟରେ ହଠାତ୍ ସଂକ୍ରମଣ ବଢ଼ିଯିବ ବୋଲି ଡ. ପଲ୍‌ ସତର୍କ କରାଇ ଦେଇଛନ୍ତି। ଦେଶରେ ଟିକାକରଣ ପ୍ରକ୍ରିୟା ‌ସନ୍ତୋଷଜନକ ଭାବେ ଆଗକୁ ବଢ଼ୁଥିବା ବେଳେ ଖୁବ୍‌ଶୀଘ୍ର ଜାଇଡସ୍‌ କାଡିଲାର କୋଭିଡ୍‌ ଟିକା ଆସିଯିବ ବୋଲି ସେ ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ଆଗକୁ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଶିଶୁ ଏବଂ କିଶୋରମାନଙ୍କ ଟିକାକରଣ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ନିଆଯିବ।

ଦେଶରେ ଏବେ ସଂକ୍ରମଣ କମିଥିଲେ ମଧ୍ୟ ସମସ୍ତଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ ଏ ଦିଗରେ ବେପରୁଆ ମନୋଭାବ ଗ୍ରହଣୀୟ ନୁହେଁ ବୋଲି ଡ. ପଲ୍‌ କହିଛନ୍ତି। ବିଭିନ୍ନ ରାଷ୍ଟ୍ରରେ ଏବେ ପୁଣି କରୋନାର ସଂକ୍ରମଣ ଓ ମୃତ୍ୟୁ ବଢ଼ୁଥିବାରୁ ଆମକୁ ଏ ଦିଗରେ ଯଥେଷ୍ଟ ସତର୍କ ରହିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଦେଶରେ ଏବେ ଟିକାକରଣ ପ୍ରକ୍ରିୟାରେ କୋଭିସିଲ୍‌ଡ, କୋଭାକ୍ସିନ ଏବଂ ସ୍ପୁଟନିକ୍‌ ଭି ଟିକା ଦିଆଯାଉଥିବା ବେଳେ ସ୍ବଦେଶୀ ଟିକା ଜାଇକୋଭ-ଡି ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଉବଲବ୍ଧ ହେବ।

The post କଟକଣା ନ ମାନିଲେ ହଠାତ୍‌ ସଂକ୍ରମଣ ବଢ଼ିପାରେ first appeared on Sambad.

from କରୋନା | Sambad https://ift.tt/3vlbD92

Post a Comment

0 Comments