
କଟକ: କରୋନା ସଂକ୍ରମଣକୁ ଦେଖି ସିଏମ୍ସି ପକ୍ଷରୁ ଶୀତ ଋତୁ ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଛି। ବିଶେଷ ଭାବେ ଶୀତ ଦିନରେ ପାଳନ ହେବାକୁ ଥିବା ବିବାହ, ବ୍ରତ, ଜନ୍ମଦିନ, ଶୁଦ୍ଧିକ୍ରିୟା ଆଦି ଉତ୍ସବ ପାଇଁ ଏହି ନିୟମ ଲାଗୁ ହୋଇଛି। ଉତ୍ସବ ଆୟୋଜନ େହଉଥିବା ମଣ୍ଡପରେ ଲୋକ ସଂଖ୍ୟା ଦକ୍ଷତାର ୫୦ ପ୍ରତିଶତ କିମ୍ବା ସର୍ବାଧିକ ୨ଶହ ଲୋକଙ୍କୁ ଏଥିରେ ଯୋଗ ଦେବାକୁ ଅନୁମତି ରହିଛି। ଉତ୍ସବ ଆୟୋଜନ ପୂର୍ବରୁ ସିଏମ୍ସି ଓ ସ୍ଥାନୀୟ ପୁଲିସର ଅନୁମତି ରହିବା ବାଧ୍ୟତାମୂଳକ କରାଯାଇଛି।
ସେହିପରି କରୋନା ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲା ଓ ବରିଷ୍ଠ ନାଗରିକଙ୍କୁ ଉତ୍ସବରେ ଯୋଗ ଦେବାକୁ ବାରଣ କରାଯାଇଛି। ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା, ୬ଫୁଟର ସାମାଜିକ ଦୂରତା ରଖିବା ନିୟମ ରହିଛି। ମଣ୍ଡପକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବା ଓ ହାତ ଧୋଇବା, ଥର୍ମାଲ ସ୍କାନିଂ କରିବା ଆଦି ବିଷୟର ବ୍ୟବସ୍ଥା କରିବାକୁ ମଣ୍ଡପର ମାଲିକଙ୍କୁ କୁହାଯାଇଛି।
ଉତ୍ସବ ଆୟୋଜନ କରୁଥିବା ବ୍ୟକ୍ତି ଓ ମଣ୍ଡପ ମାଲିକ ନିୟମ ପାଳନ ଉପରେ ଗୁରୁତ୍ବ ଦେବେ। କଟକଣା ପାଳନ କରାଯାଉ ନଥିଲେ ଉଭୟଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଉତ୍ସବ ସମୟରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଓ ସ୍ଥାନୀୟ ପୁଲିସ ନିୟମକୁ ପାଳନ କରାଯାଉଛି କି ନାହିଁ ଏହାର ଯାଞ୍ଚ କରିବେ। ନୂଆ କଟକଣା ଚଳିତମାସ ୧ ତାରିଖରୁ ଲାଗୁ କରାଯାଇଥିବା ନିଗମ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।
The post ଶୀତଋତୁ ପାଇଁ ସିଏମସିର କୋଭିଡ ଗାଇଡ଼ଲାଇନ first appeared on Sambad.from କରୋନା | Sambad https://ift.tt/2YucF65
0 Comments